STORYMIRROR

Kanduri Charan Rout

Others

3  

Kanduri Charan Rout

Others

ପଲ୍ଲୀ ଜୀବନ

ପଲ୍ଲୀ ଜୀବନ

1 min
10.4K



କଣ୍ଡୁରୀ ଚରଣ ରାଉତ


କାହିଁ ସେ ସୁନ୍ଦର ପଲ୍ଲୀ ଜନ୍ମ ର ଏନ୍ତୁଡି ଶାଳ

ଅତି ପ୍ରିୟ ମୋର ଭିଟାମାଟି

ହସର ଝରଣା ଯହିଁ ଝରୁଥିଲା ଦିବାରାତ୍ର

ଅଶାନ୍ତି ର ଢେଉ କାଟି କାଟି


ବିପଦେ ଆପଦେ ଆସି କାନ୍ଧକୁ ମିଳାଇ କାନ୍ଧ

ବୁଣି ବୁଣି ବିଭାମୟ ହସ

ମନ ହେଲେ ଫଟାଫଟି ଏକ ସୂତ୍ରେ ଯୋଡିବାର

କରୁଥିଲେ ସଯତ୍ନ ପ୍ରୟାସ।


ଆଶା ଆଉ ବିଶ୍ୱାସ ର ମନର ମାଟିରେ ଆଜି

ଅବିଶ୍ୱାସ ସନ୍ଦେହ ର ବୀଜ

ଛୋଟିଆ ଚାରା ଟି ବଢି ପାଲଟି ଯାଇଛି ଶକ୍ତ

ରାଜନୀତି ମହାଦ୍ରୁମ ଆଜ।


ଖଣ୍ଡେ ଖଣ୍ଡେ ଭୋଟ ପାଇଁ ମନ ହୁଏ ଫଟାଫଟି

ଛିଣ୍ଡି ଯାଏ ସଂପର୍କ ର ଚେର

ମଣିଷ ଜଳୁଛି ଆଜି ଈର୍ଷାନଳେ ଦିବାନିଶି

ହୃଦୟରେ ବିଷର ଜୁଆର ।


କଳୁଷିତ ରାଜନୀତି ବିଗାଡି ଦେଇଛି ଆଜି

ସଂପର୍କ ର ଅତୁଟ ବନ୍ଧନ

ଭୁଲି ସ୍ୱାର୍ଥ ବିଭେଦତା ଫେରାଇ ଆଣିବା ଆସ

ଆମ ଗ୍ରାମ୍ଯ ମଧୁର ଜୀବନ ।


ଶିକ୍ଷକ, ସତ୍ୟବାଦୀ ହାଇସ୍କୁଲ୍, ଧଣ୍ଡାମାଳ, ଦେଓଗାଁ, ବଲାଙ୍ଗୀର


Rate this content
Log in