STORYMIRROR

Narendra Sahu

Others

3  

Narendra Sahu

Others

ପଲ୍ଲୀ ଗାଁର ଜୀବନ

ପଲ୍ଲୀ ଗାଁର ଜୀବନ

1 min
17.7K



ସବୁଜିମା ଭରା ମୋର ଗାଆଁ ସାରା

ସୁନ୍ଦର ସତେଜ ବନ,

ବାହୁଦା ନଈଟି ବହିଯାଏ ସେଠି

ଗାଆଁର ସେହି ଜୀବନ।


ଗାଆଁ ଆମ୍ବତୋଟା ଅବା ନଈପଠା

ଅବା ବରଗଛ ମୂଳେ,

ସଂଜ କି ସକାଳେ ତାହାରି ଯେ ମୂଳେ

ଖେଳେ ସାଙ୍ଗସାଥୀ ମେଳେ ।


ଭୁଆଷୁଣି ଯାଏ ମୋ ଗାଆଁ ଦାଣ୍ଡରେ

ମୁଣ୍ଡରେ ଓଢଣୀ ଦେଇ,

ସଂଜ ନଇଗଲେ ଚଉଁରା ମୂଳରେ

ସଂଜବତୀ ଜଳୁଥାଇ।


ମଠ କି ମନ୍ଦିରେ ଘଣ୍ଟ ଆଳତୀରେ

ଗାଆଁ ଦାଣ୍ଡ ଦୁଲୁକେଇ,

ବିବାହ କି ବ୍ରତ ହେଲେ ଭୋଜିଭାତ

ମୋ ଗାଁ ଯେ ହସୁଥାଇ।


ଯାନି ଯାତରାରେ ନାଟ ପଟୁଆରେ

ଗାଆଁ ସାରା ନାଚ ଗୀତ,

ଭାଇ ଚାରା ସେତୁ ପରସ୍ପର ହେତୁ

ଗାଆଁ ସାରା ଆନନ୍ଦିତ।


ମକର ଚାଉଳ ଆମ୍ବର ବଉଳ

ବାନ୍ଧଇ ସଂପର୍କ ଡୋରି,

ଦାଦା ଭାଇ ଡାକେ ନିଜ ନିଜ ମୂଖେ

ବାଣ୍ଟୁଥିବେ ଖିରୀ ପୁରୀ।


ବନ୍ଧୁ ଗୁରୁଜନ ପାଆନ୍ତି ସମ୍ମାନ

ପରମ୍ପରା ଆମ୍ଭ ସେହି,

ଧରମ ସଂସ୍କୃତି ପୂଜା ପାଠ ରୀତି

ତାହାରି ମୂଳରେ ଥାଇ।


ବିପଦେ ଆପଦେ ପରସ୍ପର ମଧ୍ଯେ

କାନ୍ଧରେ କାନ୍ଧ ମିଳେଇ,

ଏକତାର ବଳେ ଗାଆଁ ଟୋକା ଦଳେ

ବିପଦ ଦେବେ ଏଡାଇ।


ଜନମ ମରଣ ଏନ୍ତୁଡି ଶ୍ମଶାନ

ଗାଆଁରେ ହିଁ ମୋର ହେଉ,

ସ୍ୱର୍ଗ ନର୍କ ଭାବି ସବୁ କାଟିଦେବି

ଗାଆଁରେ ଜୀବନ ଯାଉ।


ପଲ୍ଲୀ ଜୀବନର ସେନେହ ଆଦର

ନ ମିଳେ କେଉଁ ସହରେ,

ସେହି ସ୍ନେହ ନେଇ ବଞ୍ଚିଯିବା ପାଇଁ

ମନ ମୋ ଆକୁଳେ ଝୁରେ।


ଥିଲେ ଦୂର ଦେଶେ ମନ ମାରି ବସେ

ଆବେଗ ଲୁହ ଝରାଇ,

ତାର ସୁଖ ଦୁଃଖେ ରହନ୍ତି ପ୍ରତ୍ଯେକ୍ଷେ

ଶ୍ରମ ଝାଳ ଢାଳି ଦେଇ।


କୁହୁକିନୀ ସ୍ପର୍ଶେ ସେଇ ତ ପରଶେ

ଦେହ ଲାଗି ଅନ୍ନ ଜଳ,

ଜୀବନର ପିଣ୍ଡ ମୋର ଗାଆଁ ଦାଣ୍ଡ

ସୁସଜ୍ଜିତ ତାର କୋଳ।


©ନରେନ୍ଦ୍ର ସାହୁ,ଡଭାର,ଗଂଜାମ।


Rate this content
Log in