ପକ୍ଷୀ
ପକ୍ଷୀ
ହେଇ ପାରେ କ୍ଷୁଦ୍ର ସେ
ହୋଇ ପାରେ ବୃହତ
ଆଖି ତାର ଆକାଶ ଛୁଆଁ
ମନେ ତାର ଚଞ୍ଚଳତା
କାଠି କୁଟା ବସାଟିଏ
ତାର ବରଷା ଖରାର ସାହା
ଅଳ୍ପ ହାରି ସେ ଜୀବନ ସାରା
ଅଦିନିଆ ଝଡ ବୁଝେନି ତା ଦୁଃଖ
ଭାଙ୍ଗି ଦିଏ ତାର ଶତ ପରିଶ୍ରମ ନୀଡ
ହୁଏ କାକସ୍ତ ସେ
କେମିତି କରିବ ସୁରକ୍ଷିତ
ଦୁନିଆକୁ ଆସିବାକୁ ଥିବା
ତା କୁନି ଶିଶୁକୁ
ପକ୍ଷୀଟିଏ ହେବା ପାଇଁ
ହୁଏ ସମସ୍ତଙ୍କ ଇଚ୍ଛା
ନେବାକୁ ଚାଁହାନ୍ତି ସମସ୍ତେ
ଉଡିବାର ମଜା
ହେଲେ ବୁଝନ୍ତିନି କେହି
ତା ଦୁଃଖ କଥା
କି ତା ପରିଶ୍ରମ ର ମୂଲ୍ୟ
ଦିଗ ହରା ପଥିକ ସେ
ଗୋଧୂଳି ଫେରନ୍ତା
ନୀଳ ଗଗନ ରେ
ସେ ସୁନ୍ଦର ସମୟ
ଦେଖି କରନ୍ତି ସଭିଏଁ
ଆତ୍ମ ସନ୍ତୋଷ ଆଉ ତୃପ୍ତି ଅନୁଭବ
ପକ୍ଷୀ ଟିଏ ପାଳି ବାକୁ
କରନ୍ତି ବହୁ ଇଚ୍ଛା
ହେଲେ ଦିଅନ୍ତି ଆଣି ତାକୁ
ପିଞ୍ଜରା ଗଞ୍ଜଣା