STORYMIRROR

Smrutirekha Acharya

Others

3  

Smrutirekha Acharya

Others

ପକ୍ଷୀ

ପକ୍ଷୀ

1 min
260

ହେଇ ପାରେ କ୍ଷୁଦ୍ର ସେ

ହୋଇ ପାରେ ବୃହତ

ଆଖି ତାର ଆକାଶ ଛୁଆଁ

ମନେ ତାର ଚଞ୍ଚଳତା

କାଠି କୁଟା ବସାଟିଏ

ତାର ବରଷା ଖରାର ସାହା

ଅଳ୍ପ ହାରି ସେ ଜୀବନ ସାରା

ଅଦିନିଆ ଝଡ ବୁଝେନି ତା ଦୁଃଖ

ଭାଙ୍ଗି ଦିଏ ତାର ଶତ ପରିଶ୍ରମ ନୀଡ

ହୁଏ କାକସ୍ତ ସେ

କେମିତି କରିବ ସୁରକ୍ଷିତ

ଦୁନିଆକୁ ଆସିବାକୁ ଥିବା

ତା କୁନି ଶିଶୁକୁ

ପକ୍ଷୀଟିଏ ହେବା ପାଇଁ

ହୁଏ ସମସ୍ତଙ୍କ ଇଚ୍ଛା

ନେବାକୁ ଚାଁହାନ୍ତି ସମସ୍ତେ

ଉଡିବାର ମଜା

ହେଲେ ବୁଝନ୍ତିନି କେହି

ତା ଦୁଃଖ କଥା

କି ତା ପରିଶ୍ରମ ର ମୂଲ୍ୟ

ଦିଗ ହରା ପଥିକ ସେ

ଗୋଧୂଳି ଫେରନ୍ତା

ନୀଳ ଗଗନ ରେ

ସେ ସୁନ୍ଦର ସମୟ

ଦେଖି କରନ୍ତି ସଭିଏଁ

ଆତ୍ମ ସନ୍ତୋଷ ଆଉ ତୃପ୍ତି ଅନୁଭବ

ପକ୍ଷୀ ଟିଏ ପାଳି ବାକୁ

କରନ୍ତି ବହୁ ଇଚ୍ଛା

ହେଲେ ଦିଅନ୍ତି ଆଣି ତାକୁ

ପିଞ୍ଜରା ଗଞ୍ଜଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍