STORYMIRROR

puja pradhan

Children Stories Inspirational

3  

puja pradhan

Children Stories Inspirational

ପକ୍ଷୀ ଟିଏ ମୁଁ

ପକ୍ଷୀ ଟିଏ ମୁଁ

1 min
360

ପକ୍ଷୀଟିଏ ଚାହିଁରହିଥାଏ ଖୋଲା ଆକାଶ

   ବୁକୁରେ ଉଡିଯିବା ପାଇଁ

ପବନର ତାଳେ ତାଳେ

   ତା ସାଙ୍ଗ ସାଥୀ ସହ

ଦୂର ଆକାଶ ବୁକୁରେ ହଜିଯିବା ପାଇଁ

  ହେଲେ ତାର ଏ ଭାବନା ଓ ଆକାଶ

ମଝିରେ ରହିଯାଇଛି

ମଣିଷ ତିଆରି ଲୁହା ବାଡ଼ ଘେରା

   ଯମ ଯନ୍ତ୍ରଣା ଭରା ପଞ୍ଜୁରୀ ଟିଏ

 ଇଚ୍ଛା ନଥାଇଵି ମାଲିକ କଥାରେ

     ତାଳ ଦେଈ ମୁଁ କହିଛି

  ଯାହା ଶିଖାଇଲା ତାକୁ ମନେରଖି ରାମ ରାମବିଜପିଛି 

ଯେମିତି ରଖିଲେ ସେମିତି ରହିଲି

    ଯାହା ମୋତେ ଦେଲେ ତାକୁ ମୁ ଖାଇଲି

    ଭାବିଥିଲି ଯେବେ ବଡ଼ ହୋଇଯିବି

  ମୋ ମା ସାଥିରେ ଦୂର ଆକାଶକୁ ଉଡିଯିବ

ତା ସାଥୀରେ ଗଛରୁ ଗଛକୁ

  ଡେଇଁ ଡେଇଁ କେତେ ଯେ ଫଳ ଖାଇବି

ମାର ମମତା ସମ୍ପୂର୍ଣ ହୋଇନି

  ଖଣ୍ଡି ଉଡ଼ା ଦେଉଥିଲି

ମାର ଅଜାଣତରେ ନିଷ୍ଠୁର ମଣିଷ

    କବଳକୁ ଆସିଥିଲି

  ମୋମା ତିଆରି ଘାସ କୁଟା ମିଶା

    ଗଛ ଡାଳେ ମୋର ଛୋଟିଆ ଘରଟି ଥିଲା

 ହେଲେଏ ମଣିଷ ନିଜଖୁସି ପାଇଁ ମୋତେ

    ଲୁହା ପଞ୍ଜୁରୀର ଘରଟିଏ ଦେଇଥିଲା

 କି ଦୋଷ ସତେ କରିଥିଲି ମୁହିଁ

    ମୋମା ଠାରୁ ମୋତେ ଆଣିଲା ଛଡାଇ

 ନିଜ ଖୁସିପାଇଁ ନିଜ ଘରେ ମୋତେ

    କରିଛି ନଜର ବନ୍ଦୀ

 ଇଚ୍ଛା ନ ଥାଇବି ତା ସବୁକଥାକୁ

      ମୁଁ ମନେ ରଖିଛି ସେମିତି

 ମୋ ଦୁଃଖ ଭରା କରୁଣ କାହାଣୀ

     କାହାକୁବା ଶୁଣେଇବି

 କେଉଁ ଦୋଷ ଲାଗି ଏ ବନ୍ଦୀ ଜୀବନ

     କାହାକୁବା ପଚାରିବି

  କିଚିରି ମିଚିରି କେତେ ଗୀତ ଗାଇ

     ମୋ ସାଥୀଏ ମୋତେ କହନ୍ତି

 କେତେ ଦୂରବାଟ ଯାଇସେ ଫେରିଲେ

     ସେ ବାରତା ଵି ଦିଅନ୍ତି

  ହେ ଈଶ୍ୱର ମୋତେ କହିଦିଅ ଥରେ

     କି ଦୋଷ ମୋର ଥିଲା

 ତୁମ ଜାଣତ ରେ ଏ ପାପୀ ମଣିଷ

    ମୋତେ କେତେ ଯେ କଷ୍ଟ ଦେଲା

  କଣ କରିବି ଏତିକି କହିବି

    ହେ ଇଶ୍ୱର ମୋ କଥା ତୁମେ ଶୁଣିବ

  ପକ୍ଷୀଟିଏ ବୋଲି କରୁଛି ଗୁହାରୀ

       ଏ ବନ୍ଦୀ ଜୀବନରୁ ଉଧାରୀବ

  ଯିଏ ଏ କଷଣ ଦେଇଛି ମୋତେ

    ତାପାଇଁ ବିଚାର କରହେ ସତେ

  ମୋପରି ଦୁଃଖ ସିଏବି ପାଉ

      ଦୁଃଖ ଭୋଗି ଭୋଗି ତା ଯିବଯାଉ

  ଦୁଃଖରେ ଥାଇଵି ରାମ ରାମ ଭଜୁଛି

     କି ବିଚାର କରିବ ହେ ପ୍ରଭୁ

  ପକ୍ଷୀଟିଏ ହୋଇ ଚାହିଁ ରହିଛି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍