ପକ୍ଷୀ ତ ମୁଁ ନୁହେଁ
ପକ୍ଷୀ ତ ମୁଁ ନୁହେଁ
ପକ୍ଷୀ ତ ମୁଁ ନୁହେଁ ନୂଆ ନୀଡ଼ ଦେଖି
ପୁରୁଣାରୁ ମୁହଁ
ଫେରାଇ ନେବି ।
ମୁଁ ଜଣେ ମଣିଷ ସଦ୍ୟ ସାଧାରଣ
ମଣିଷ ପଣିଆ
ବାଣ୍ଟି ଚାଲିବି ।।
ମୋ' ଅବିଧାନରେ ମଣିଷ ପଣିଆ
ସେନେହ ବଦଳେ
ମମତା ଦିଏ ।
ମମତା ପଣରେ ଝୁରି ଝୁରି ବରଂ
ଲୁଚାଇ ଲୁଚାଇ
ଦରଦ ପିଏ ।।
ଦରଦ ତାହାର ଆଖିରେ ନ ଥାଏ
ଥାଏ ତା'ବୁକୁରେ
ଛପି ଛପିକା ।
ପର ଆଇନାରେ ଅଭିନୟ କରି
ହସୁଥାଏ ଖାଲି
ମିଛି ମିଛିକା ।।
ମିଛରେ ମିଛରେ ମାୟା ମିରିଗର
ସପନ ସଜେଇ
ଭାଙ୍ଗି ଦିଏନା ।
ଭାଙ୍ଗି ଯାଇଥିବା ଉଜୁଡା ମନକୁ
ଯୋଡି ଦିଏ ସିନା
ଆଉ ଭାଙ୍ଗେନା ।।
ପକ୍ଷୀଲୋ,ତୁ ନିଜ ନୀଡ଼ ବଦଳାଉ
ଶାବକ ସୁରକ୍ଷା,
ଯତନ ପାଇଁ ।
ଅନ୍ୟର ନୀଡ଼କୁ ଯୋଡିବାକୁ ଯାଇ
ମୁଁ ନିଜ ବଳୟ
ଦିଏ ହଜେଇ ।।
ନୀଡ଼ ବଦଳିବା ବଡ଼କଥା ନୁହେଁ
ବଡ଼ କଥା ହେଲା
ମାନବ ପଣ ।
ମଣିଷ ପଣରେ ମଣିଷ ଜିଣିଲେ
ମଣିଷ ପାଇଁ ସେ
ଅମୂଲ୍ୟ ଧନ ।
ପ୍ରତାରଣା, ଛଳ ଅବୈଧ,ଗରଳ
ମଣିଷ ପଣକୁ
ଧିକ୍କାର କରେ ।
ସେଇଥିପାଇଁ ମୁଁ କାତର ଆଜନ୍ମୁ
ମିଛ ସମ୍ପର୍କକୁ
ଜୁହାର କରେ ।।
