STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ପକ୍ଷୀ ଗୀତ-ଏକ

ପକ୍ଷୀ ଗୀତ-ଏକ

1 min
41


କିଏ ସେ ଡାକୁଛି..!?

ପବନ କେନ୍ଦେରା ବଜାଇ

ଫୁଲ, ପ୍ରଜାପତି 

ସାଗର, ଜହରାତି 

ଚୋର, ତସ୍କର 

ଶଇ ଅବା ଈଶ୍ୱର..!? 

ଗର୍ଭଗୃହ ଚିରି 

ଦେଖ୍ ପକ୍ଷୀ ନିରେଖି

ଦ୍ୱାର ପାଶେ 

ଉଦଘୋଷିତ କାହାର ସେ ସ୍ୱର..!?

ସେ ଡାକରେ

ନଈ ବଢେ 

ବାଟ ମୁଡେ 

ବାଘ ରଡେ

ଦେଶ ଗଢେ 

ମନ ଉପବନେ ନିତି ଫଗୁ ରଂଗ ଉଡେ

ଆକାଶ ଝର୍କା ଖୋଲି ସ୍ୱପ୍ନ ଫୁଲ ଝରେ..!

ଆବାହନୀ ମନ୍ତ୍ରେ ଯା'ର ପାଦ ମୋର ଛିଣ୍ଡେ

ଅର୍ଦ୍ଧମୁଦ୍ରିତ ଆଖି 

ଘୋଡା ଦୌଡ ଦୌଡେ

କହ ପକ୍ଷୀ କହ

ଶେଷ ପଂକ୍ତି ନସରୁଣୁ କହ ସିଏ କିଏ..!?



Rate this content
Log in