STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ପିତୃ ଦିବସ

ପିତୃ ଦିବସ

1 min
194


ବାପା ବୋଲି ଯେଉଁ 

       ଦୁଇଟି ଅକ୍ଷର

ଜଗତେ ଅଟଇ  ସାର

ମଧୁଠାରୁ ମିଠା

     ତାଙ୍କ କଥାବାର୍ତ୍ତା

ସ୍ନେହର ସେ ଗନ୍ତାଘର


ଆକାଶ ଠାରୁ ବଳି

       ବିଶାଳ ହୃଦୟ

ଫୁଲଠୁ  କୋମଳ ମନ

ହୃଦୟ ଯାହାଙ୍କ 

       ଅନନ୍ତ ସାଗର

ଚରିତ୍ର  ତାଙ୍କ  ମହାନ


ତ୍ୟାଗ ଓ ସ୍ନେହର

     ମୂର୍ତ୍ତିମନ୍ତ ରୂପ

ନୟନର ମୋର ଜ୍ୟୋତି

ପୁଅ ବୋଲି ପଦେ

ଡାକିଦେଲେ ସତେ

କୁଣ୍ଢେ ମୋଟେ ହୁଏ ଛାତି


ପିତା ମାତା ଆମ

       ଚଳନ୍ତି ଠାକୁର

ସେ  ଆମ  ଭଗବାନ

ତାଙ୍କ ସେବା ଯତ୍ନ

     କରି କରି ଆମେ

କଟାଇ ଦେବା ଜୀବନ


ତାଙ୍କରି ଆଦର୍ଶ

     ତାଙ୍କରି ଶିକ୍ଷାରେ

ଚାଲୁଛି  ସଂସାର ବାଟ

ତାଙ୍କରି ଆଶିଷ

      ତାଙ୍କ ଉପଦେଶ

ଜୀବନର  ମୂଳ  ମନ୍ତ୍ର


ଚଉପାଶେ ଆମ

      ମାୟାର ସାଗର

ସ୍ଵାର୍ଥର ପାହାଡ଼ ଠିଆ

ଚାଲୁଛି ଚାଲିବି

     ତାଙ୍କରି ଆଦର୍ଶେ

ଆସୁ ଯେତେ ଘୃର୍ଣ୍ଣି ବାଆ


ବାପା ମୋର ସିଏ

     ଆଶା ବିଶ୍ୱାସର

ବଡ଼ ଦେଉଳର ନେତ

ଢାଳି ଥାନ୍ତି ସଦା 

      ତାଙ୍କ ଶୁଭାଶିଷ

ତାଙ୍କ ପାଦେ ପ୍ରଣିପାତ


ପିତା ହିଁ ଧର୍ମ,

        ପିତା ହିଁ ସ୍ବର୍ଗ

ପିତା  ହିଁ ପରମ ତପ

ତ୍ୟାଗ, ମମତାର

      ଜ୍ବଳନ୍ତ ଦେବତା

ପିତା ହିଁ ଜୀବନ ସତ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍