STORYMIRROR

Anam Charan Sahoo

Others

5.0  

Anam Charan Sahoo

Others

ପିତା ଜଗତରେ

ପିତା ଜଗତରେ

1 min
14K


ପିତା ଜଗତରେ ଚଳନ୍ତି ଠାକୁର

ପୂଜିବା ତାଙ୍କ ପୟର

ଅଟନ୍ତି ମୋହର ଜୀବନ୍ତ ଆଦର୍ଶ

ମୋ ପାଇଁ ସରଗପୁର।୦।


ଦୁଃଖ ସହି କେତେ ଗଢିଛନ୍ତିି ହସ୍ତେ

ମୋର ଏ ଜୀବନ ପଥ

କଣ୍ଟକିତ ସ୍ଥାନେ ସୁମନେ ଭରିିିଲେ

ହୋଇ ମୋ ଜୀବନ ନାଥ

ଭକତି ପୁଷ୍ପରେ ପ୍ରଣାମ ଜଣାଏ

ତାଙ୍କ ପାଦେ ବାରବାର।୧।


ପେଟରୁ କାଟି ସେ ଭୁଞ୍ଜାଇଲେ ମୋତେ

ପିଣ୍ଡ କଲେ ପରା ଥୟ

ବିପଦ ସହିତ କରି ସଂଘରଷ

ଦେଲେ ମୋତେ ବରାଭୟ

ଅଦେଖାଟି ସେହି ମହୀତଳେ ଭାଇ

ତାଙ୍କରି ସେନେହ ଧାର।୨।


Rate this content
Log in