Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Others

3  

Puspanjali Panda

Others

ପିଲାଦିନ ଓ ବୋଉ

ପିଲାଦିନ ଓ ବୋଉ

1 min
219


ପିଲାଦିନ କଥା କହିବସୁଥିଲେ

ବୋଉ କଥା ମୋର ଆଗରେ ଆସେ

ବୋଉ ଲାଗି ଆମ ଘରଟି ସତରେ 

ସ୍ନେହ ଶରଧାର ମହକି ବାସେ।।

ଶାଗ ମୁଗ ଦେଇ ରାନ୍ଧିଦିଏ ବୋଊ

ବଢିଚୁରା ସହ ପଖାଳ ବାଢେ

ନ ତୁଣ ଛ ଭଜା ଲୋଡା ପଡେ ନାହିଁ 

ନିଦୁଆ ଆଖିରେ ଟ୍ୟୁସନ ବେଳେ।।

ମଣ୍ଡାପିଠା ଆଉ ଚିତଉ ଚକୁଳି

ବୋଉ ହାତ ରନ୍ଧାଅମୃତ ସମ

ରାତିରାତି ଜଗି ପାଖେ ଵସିଥିବ

ଜର ରେ ତା ଛୁଆଁ ଯେ ଅନୁପମ।।

ବାର ମାସେ ତେର ଓସା ବ୍ରତ କରେ

ଜେଜେ ବୁଢ଼ୀ ମାଙ୍କୁ ନିତି ମୁଣ୍ଡିଆ

ବାପାଙ୍କ ରାଗରୁ ବେତ ମାଡ଼ ଠାରୁ

ରକ୍ଷା କରେ ହୋଇ ଆଗରେ ଠିଆ।।

ସୁନାବୋହୁ ହୋଇ ଶାଶୁଘରେ ପାଇଁ

ଚଳିବା ପାଇଁ କି ଦେଇଛି ଶିକ୍ଷା

ବୋଉ ନାହିଁ ଏବେ ଖାଲି ଯାହା 

ଅଛି ତା ଠାରୁ ଲଭିଛି ଜୀବନ ଦୀକ୍ଷା।।


Rate this content
Log in