STORYMIRROR

Tonish Rohidas

Children Stories Others

3  

Tonish Rohidas

Children Stories Others

ପିଲା ଦିନ

ପିଲା ଦିନ

1 min
196


 ଦେଖୁଛି ମୁହିଁ ସବୁ ଦିନ ରାତିରେ ସପନ।

ପୁରୁଣା ଦିନ ସେଇ ଅଭୁଲା ଜିବନ ମନେ ପଡ଼େ ଆଜି ଛୋଟ ବେଲର ଦିନ ।

କେତେ ହସ ଖୁସିରେ ବିତି ଯାଉଥିଲା ସେ ଛୋଟ ଜୀବନ।

ମିଠା ମିଠା ସେଇ ଗାଁର ବାସ୍ନା ଭରା

ମଧୁର କୋଇଲି କୁହୁ କୁହ ଗାନ ।

ନିଆରା ଲାଗୁଥିଲା ମା ର ସେଇ ସ୍ନେହ ଭରା ପ୍ରେମ ଦେଉଳ।

କେମିତି ଭୁଲିବି ସେ ଗାଁ ର ଦୋଳି ଖେଳ, ସେଇ ନଈ ତୁଠର ଝରଣା କୁଳ ।

ଛୋଟ ଦିନ ଆଜି ଭାରି ମନେ ପଡୁଛି।

ଦିନ ଥିଲା କେତେ ବନ୍ଧୁଙ୍କ ସହ ଖେଳି ବଡ଼ ହୋଇଛି ।

ପିଲା ଦିନ ଭାରି ମଜା କେତେ ଥର ମନ ହୁଏ ଅବୁଝା

ରାଗ ରୁଷା ଅଭିମାନ କେତେ ହେଲେ ମଧ୍ୟ ସବୁ ଭୂଲେଇ ଦେଉଥିଲେ ଅଜା ।

ଗୋଟିଏ ଜାଗାରେ ଖେଳିବା ଗୋଟେ ଗଛର ପତ୍ର ପରି ରହିବା

ଛୋଟ ଛୋଟ ସ୍ୱପ୍ନ ଦେଖି ତାକୁ ମିଳିକି ପୁରା କରିବା ।

ଛୋଟ ଥିଲା ବେଳେ ନ ଥାଏ କିଛି ନୀତି ନିୟମ।

ସବୁ କରି ହୁଏ ଯାହା ଆସେ ମନରେ ଭାବନା କିଛି କର୍ମ ।

ଜାଣି ନଥାଏ ଛୋଟ ପିଲା କିଛି କଥା

ଯାହା ଭଲ ଲାଗେ ତାହା ମାଙ୍ଗି ଦିଏ ।

କାନ୍ଦିଲେ ମା ଙ୍କର ପାଖରେ ଆଉଁସି ଦେଇ ମା ଦେଖାଇ ଦିଅନ୍ତି ଜହ୍ନ ଯାହା ରାତିରେ ଆଲୋକ ଦିଏ ।


Rate this content
Log in