Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baishnaba meher

Others

3  

baishnaba meher

Others

ପିଲା ଦିନ ସାଙ୍ଗ

ପିଲା ଦିନ ସାଙ୍ଗ

1 min
11.8K


ଯଦି କେବେ ତୁମକୁ ସମୟ ମିଳେ...

ନିଶ୍ଚୟ ମତେ ମନେ ପକେଇବ ବନ୍ଧୁ,

ବୋଧେ ତୁମେ ତୁମ ପରିବାର ମେଣ୍ଟେଇ,

ପୁରୁଣା କଥା ଭୁଲି ଗଲ ସବୁ ।


ମନେ ଅଛି ଆମେ ସାଥି ହୋଇ...

ଖେଳୁଥିଲୁଁ କେତେ ଲୁଚକାଳି ଦିନ ରାତି,

ବହିପତ୍ର ସବୁକୁ ହାତେ କାଖେଇ କାଖେଇ,

ସାଥିରେ ଯାଉଥିଲୁ ଆମେ ପାଠ ପଢି ।


ମୁଁ ଯେବେ ରାସ୍ତାରେ ଝୁଣ୍ଟି ପଡୁଥିଲି...

ହାତ ଧରି ଉଠଉ ଥିଲ ମତେ,

ବରଷ ବରଷ ଦୁରେ ରହି ତୁମେ,

ଆଗ କଥା ଭୁଲି ଗଲ ବୋଧେ ।


ସାଇକଳରେ ଦୁରକୁ ପୂଜା ଦେଖି ଯିବା...

ସାଥି ହୋଇ ଚଣା ବାଦାମ ଖିଆ,

ନଳକୁଅରୁ ସାଥି ହୋଇ ପାଣି ପିଇବା,

ଏଇ ସବୁ କଥା ଭୁଲିଗଲ କିଆଁ ।


ଯଦି କେବେ ମୋ କଥା ମନେପଡେ...

ନିଶ୍ଚେ ଦୁର-ଧ୍ୱନି କରିବ କେବେ ଥରେ,

ସବୁ କଥା ମନେ ପଡେ ବନ୍ଧୁ,

ବାଳୁତ କାଳ ଫେରି ଆସନ୍ତା ସତେ ।



Rate this content
Log in