STORYMIRROR

rasmi maye pati

Others

3  

rasmi maye pati

Others

ଫୁର୍ କିନା ଉଡିଗଲା ବଣି

ଫୁର୍ କିନା ଉଡିଗଲା ବଣି

1 min
28

ଶୂନ୍ୟ କୋଠରୀରେ ସାଧା କାଗଜରେ 

  କଣ କରୁଥିଲା କେଜାଣି ସେ ବଣି

ମିଶାଣ କରିଲା ଦିଗ ହଜିଗଲା

  ଆରମ୍ଭିଲା ବଣି ଫେଡାଣ ପୁଣି


ଗୁଣି ଗୁଣି ବଣି ହାଲିଆ ହୋଇଲା

 ହରଣ ପରେ ହରଣ କରିଲା

ଅଙ୍କ କଷା ଦିନେ ସରିଲା ବଣିର

 ଅଦିନ ଝଡଟି ମାଡି ଆସିଲା 


ଶୂନ୍ୟ କୋଠରୀଟି ପଡି ରହିଥିଲା

 ସାଧା କାଗଜଟି ଶୂନ୍ୟ ହୋଇଲା

ବଣି ଉଡିଗଲା ଦୂର ରାଇଜକୁ

 ଦୁଇ ବୁନ୍ଦା ଲୁହ ସାଥିରେ ନେଲା


ସବୁ ଅଙ୍କ କଷା ମିଥ୍ୟା ଥିଲା ତାର

 ଉଡାଣ କେବଳ ସତ୍ୟ ହୋଇଲା

ଅଦିନ ଝଡଟି ସୁନିଶ୍ଚିତ ଏଠି 

 ଚିରନ୍ତନ ସତ୍ୟ ଅପ୍ରିୟ ହେଲା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍