STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ଫୁଲଟିର ବିଳାପ

ଫୁଲଟିର ବିଳାପ

1 min
83


ରୂପ ରଙ୍ଗ ରସ ଗନ୍ଧ

କିଏ ଭରିଦେଲା ତନୁରେ

କାହିଁକି ମୁଁ ଫୁଟୁଥାଏ

କାହା ଉଦ୍ଦେଶ୍ୟରେ 

ଚୁମ୍ଵକୀୟ ସମ୍ମୋହନ ଶକ୍ତି

ଟାଣିଆଣେ କେତେ ଆଖି

ଦେଖି ଢଳଢଳ ଯୌବନ ସମ୍ଭାର

ବ୍ୟସ୍ତ ପରାଣ ମୂହୁର୍ତ୍ତ ଯାଏ ଲାଖି ।

ପାଗଳ ଭଅଁର ପ୍ରଜାପତି

ମତୁଆଲା ମହୁମାଛି 

ସଭିଏଁ ମୋର ଆପଣାର 

ଖେଳୁଥାନ୍ତି ପବନ ସାଥେ ଲୁଚିଲୁଚି ।

ସହିପାରନି କି ତୁମେ

ଦେଖି ମୋ ଐଶର୍ଯ୍ୟ ବିଭବ

ଜହ୍ଲାଦର ମନ ତୁମର

ଫାଶୀ ଦେଇ କି ପାଅ ଲାଭ ।

କେଉଁ ଅପରାଧେ ଶାସ୍ତୀ ମିଳେ

ତୁମ ସମ୍ମାନର୍ଥେ ଶୁଭ ମହୁରତେ

ବଳିପଡେ ମୋର ଶବ

ପର୍ବପର୍ବାଣୀ ମଠ ମନ୍ଦିର 

ଅଵା ବିବାହ ସଭାସ୍ଥଳ ଶବାଧାର

ରାଜରାସ୍ତା ନାଳ ନର୍ଦ୍ଦମାରେ 

ଭାଷିବୁଲେ ମୋର କୁଢ କୁଢ ଶବ ।

ଚାହେଁନା ମୁଁ ଓଠର ନରମ ପରଶ

ଉଷୁମ ଛାତି ପକେଟର ବିଳାସ

ତୁମେ ଆଉ ତୁମ ପଥର ଠାକୁର

ବୁଝନ୍ତିନି କେବେ ମୋର ମୂଲ 

ଅମୃତ ସୌନ୍ଦର୍ଯ୍ୟର ଗନ୍ତାଘର

ପ୍ରକୃତିର ଶ୍ରେଷ୍ଠ ଉପହାର

ଭଲ ପାଅ ମନା ନାହିଁ ତୁମକୁ 

ସମର୍ପି ଦିଅ ଥରେ ନିଜକୁ

ସହି ସହି ତଥାପି ବାଣ୍ଟୁଥିବି 

ମଧୁ ସୁରଭୀ ସୌନ୍ଦର୍ଯ୍ୟ 

ହସିବାକୁ ଦିଅ ସଦା 

ମୋତେ ଗଛର ଡାଳେ

ସାର୍ଥକ ହେବ ମୋର ଜନ୍ମ

ଶୁଖି ଯେଵେ ଝରିପଡିବି ଗଛମୂଳେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍