Prafulla Chandra Mishra

Others

2  

Prafulla Chandra Mishra

Others

ଫୁଲରାଣୀ

ଫୁଲରାଣୀ

1 min
218


ଫୁଲରାଣୀ

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

--------- -------------------- ----------

• ଅଳି ଗୁଞ୍ଜନ ତାନେ , ଅନୁଢା କଳୀ ହେଲା ବିକଚିତ

• ପୁଷ୍ପ ଧନୁ ଘାତେ ତନୁ ,ଜେହ୍ନେ ହୁଏ ରୋମାଞ୍ଚିତ

• ମଧୂ ଶୋଷଇ ମଧୂପ

• ପରାଗ ରେଣୁ ବୁଣେ , ପରାଗ ସଂଗମରେ , ହୁଏ ବିଭୋରିତ ।।

• ମଧୂଚୋର ଲମ୍ପଟ , ମଧୂଲୀଟ,ଭୃଙ୍ଗ ନାଗର

• ବିଟପୀ କି ଖୋଜଇ ? , ରୂପ ସୁନ୍ଦର ଅସୁନ୍ଦର

• ସେ ଅର୍ଥେ କଳା ଭ୍ରମର

• ଫୁଲେଇ ଫୁଲ ଗଣ୍ଡେ , ଆବେଗେ ଚୁମ୍ଵେ ଲଭେ , ଅଙ୍ଗ ସଙ୍ଗ ତାର ।।

• ମଧୂମକ୍ଷୀ କୁସୁମେ , ପ୍ରେମ ରେ କରଇ ରମଣ

• ଶୋଷିନିଏ ତା ସାତ , ସାଇତା ଯଉବନ ଧନ

• ରସ ସୁଖିଗଲେ ଫୁଲେ

• ପୂରୁବ ତା ସରାଗ , ପୀରତି ଭୂଲି ଭୃଙ୍ଗ , ରମେ ଅନ୍ୟ ତୁଲେ ।।

• ଧର୍ଷୀତା ଅଳି କଳି , ମାଳି ନେଇଥାଏ ରେ ତୋଳି

• ଦେବତା ଗଳେ ଗଜରା , ସ୍ତବକ ସେ ସୁକୁମାରୀ

• ସତୀ ରାଣୀ ଫୁଲ ରାଣୀ

• ମହ ମହ ମହକ , କରେ ପବିତ୍ର,ଦେବ , ଭୋଗ୍ୟା ସୁହାସିନୀ ।।

• ତାର କୋମଳ କାନ୍ତି , ଦଳ ନନା ରଙ୍ଗରେ ଶୋଭିତ

• ଝୁଲୁଥାଏ ପାଦପେ , ବୃନ୍ତେ ଶୋଭା କରି ବିଶୋଭିତ

• ତା ହସେ ହସେ ଜଗତ

• ପ୍ରଫୁଲ୍ଲ ସୁମନରେ , ସୁମନ ପଭୁ ପଦେ , କରେ ସମର୍ପିତ ।।




Rate this content
Log in