ଫୁଲ
ଫୁଲ
ତୋ ଘର ଅଗଣାର ଫୁଲଟିଏ ହୋଇଯାଆନ୍ତି କି
ନିତି ତୋ ମୁରୁକି ହସ ଦେଖି ଦେଖି ମରୁଥାନ୍ତି
ତୋ ଓଠର ଚୁମ୍ବନରେ ଶିହରଣ ଖୋଜୁଥାନ୍ତି
ସକାଳରୁ ଜନ୍ମ ନେଇ ସନ୍ଧ୍ୟାରେ ପୁଣି ମରିଯାଆନ୍ତି
ଏ ଅଳ୍ପ ବୟସ ମଧ୍ୟରେ ବାରମ୍ବାର ପ୍ରେମ ହୁଅନ୍ତା
ବାରମ୍ବାର ନଜର ରଖିବା ପରେ ବି ବିଛେଦ ହୁଅନ୍ତା
ଅନେକ ବିଛେଦରେ ଦୁଃଖସବୁ ପଥର ପାଳଟିଯାନ୍ତେ
ଅଲଗା କେଉଁ ଝିଅ ତୋଳିନେଲେ ତୁ ରାଗିଯାଆନ୍ତୁ
ଏମିତି କେବେ ହୁଅନ୍ତା କି ?
ମୋ ଶରୀର ବୁଢ଼ାଟେ ହୋଇ ଥୁଣ୍ଟା ହୋଇଯାଉଥାନ୍ତା
ମରିଯିବା ବୟସରେ ମୋ ମୁଣ୍ଡରେ ପାଣି ଦେଉଥାନ୍ତୁ
ପୁଣି ପତ୍ର ଧରିବା ପାଇଁ ଆୟୁଷର କାମନା କରୁଥାନ୍ତୁ
ଯମ ଓ ଚିତ୍ରଗୁପ୍ତ ପ୍ରେମ ପାଖରେ ହାର ମାନୁଥାନ୍ତେ
ପୁଣି ଥୁଣ୍ଟା ଶାଖାର କଅଁଳ ଡାଲରୁ ଫୁଲ ଫୁଟନ୍ତି
ତୋ ହସ ହସ ମୁହଁ ଚାହିଁ ମୃତ୍ୟୁରୁ ଜନ୍ମ ନେଉଥାନ୍ତି ।