ଫୁଲ ତୋଡା
ଫୁଲ ତୋଡା
ସବୁଦିନ ଦଉଥିଲି ଗୋଲାପର ଫୁଲଟିଏ,
କିନ୍ତୁ ଆଜି ଦେଲି ଫୁଲ ତୋଡା l
ନିକ୍ଷେପନ୍ତି ସ୍ମିତ ହାସ୍ୟ ଯେବେ, ଖୁସି ହୁଏ ଦେଖି
ହେଲେ ଆଜି ଦେଲେ ହସର ଗଜରା l ୧ l
ଅପ୍ରକାଶିତ ପ୍ରେମର ଏ ସେତୁବନ୍ଧ
ଧୀରେ ଧୀରେ ବହୁ ଦୂର ଲମ୍ବୁ ଥିଲା l
ଦିନେ ନ ଦେଖିଲେ ତାଙ୍କୁ ପାଗଳ ଏ ମନ
ରାତିଦିନ ଖାଲି ଛଟପଟ ହଉଥିଲା l ୨ l
ଏଇ ପଥେ ନିତି ଯାଆନ୍ତି ଆସନ୍ତି
ଚାହିଁ ରହେ ତାଙ୍କ ଚଲା ବାଟକୁ l
କିନ୍ତୁ ମନ କଥା ଖୋଲି ପାରେ ନାହିଁ
ସଯତ୍ନେ ସମ୍ଭାଳେ ଛଟପଟକୁ l ୩ l
ଏକ ତରଫା ଏ ଭଲ ପାଇବାର ସୀମା,
ଦିନୁ ଦିନ ହଉ ଥିଲା ସଂପ୍ରସାରିତ l
ପଚାରି ଦେବି କି ! ସେ ବି ହୋଇଛନ୍ତି
ଏ ପ୍ରେମ ରୋଗରେ ସେତିକି ସଂକ୍ରମିତ l ୪ l
ମାସ, ବର୍ଷ ଗଲା ହେଲେ, କହି ପାରିଲିନି
ଅସଲ କଥାଟା ମନରେ ତ ରହିଗଲା l
କିନ୍ତୁ ରୀତିମତ ଶ୍ରଦ୍ଧାର ସହିତ ଫୁଲ ଦଉଥିଲି
ସିଏ ନଉଥିଲେ, ନକହି କିଛି କଥା l ୫ l
ତାଙ୍କ ମନ ମୁଗ୍ଧକାରୀ ହସ କେବଳ
ଥାଏ ମୋ ପାଇଁ ଏକ ବଡ ଉପହାର l
ଉତ୍ସୃଙ୍ଖଳ ମନକୁ ସାନ୍ତ୍ଵନା ଦେବା ପାଇଁ
ଏଇ ଥିଲା ମୋର ପ୍ରକୃଷ୍ଟ ଉପଚାର l ୬ l
ଥରେ ଅଚାନକ ରାସ୍ତା ତାଙ୍କ ରୋକି ନେଲି
ଆଜି କରିବାକୁ ହେବ ଫଇସଲା l
କେତେ ଦିନ ଆଉ ଅପେକ୍ଷା କରିବି
ସହ୍ୟ କରିବି ବୟସର ଏ ଝମେଲା l ୭ l
ଉତ୍ତର ଶୁଣିକି ବେହୋସ ହୋଇ ମୁଁ
ଆରପୁରୁ ପୁଣି ଥରେ ଫେରି ଆସିଲି l
ନିଜ ହାତେ ନିଜେ ଦି ଚାପୁଡା ଖାଇ
ଚୁପ୍ ଚାପ୍ ଘର ଆଡେ ମୂହାଁଇଲି l ୮ l
“କହିଲେ ଧନ୍ୟବାଦ ଦେଲି,.. ଏ ଫୁଲରେ
ମୋ ଝିଅର ଥାଏ ଭାରି ସଉକି
ତେଣୁ ମନା କରି ପାରେ ନାହିଁ
ଯେବେ ଫୁଲ ଆଣି ଦିଅ ତୁମେ ଭଳି ଭଳିକି” l ୯ l