STORYMIRROR

Biswanath Nayak

Others

3  

Biswanath Nayak

Others

ଫୁଲ ଓ ସୁବାସ

ଫୁଲ ଓ ସୁବାସ

1 min
195


ପୂରୁବ ଆକାଶେ

କଅଁଳ ସୂରୁଜ

ଉଇଁ ଆସୁଥିଲା ଧିରେ। 

ତା କିରଣେ ଭିଜି

ନାନା ଜାତି ଫୁଲ

ହସୁଥିଲେ ବଗିଚାରେ। 


ଶିହରାଇ ଦେଇ

ପୁଷ୍ପ ଅପଘନ

ବହୁଥିଲା ବାତ ମନ୍ଦ। 

ସେ ପବନ ଛନ୍ଦେ 

ବାରିଲି ମୁଁ ଏକ

ଦିବ୍ୟ ସ୍ୱର୍ଗୀୟ ସୁଗନ୍ଧ। 


କେବେ ଲାଗୁଥିଲା

ପବନେ ଆସୁଛି

ସୁଗନ୍ଧରାଜର ବାସ। 

କେବେ ସେହି ବାସ୍ନା

ଲାଗୁଥିଲା ମୋତେ

ଅବା ଗୋଲାପ ସୁବାସ। 


କେବେ ଲାଗୁଥିଲା

ଝରା ଶେଫାଳୀର

ବାସ୍ନା ଆସୁଛି କି ବହି। 

କେବେ ଲାଗୁଥିଲା

କନିଅର ଅବା

ଚମ୍ପକର ବାସ୍ନା ସେହି। 


ସାତ ସ୍ଵର ମିଶି

ଝଙ୍କୃତ ହୁଅଇ। 

ଯେହ୍ନେ ଅପୂର୍ବ ରାଗିଣୀ। 

ନାନା ବାସଯୁକ୍ତ

ଦିବ୍ୟ ସେହି ଗନ୍ଧ

ମନ ନେଉଥିଲା କିଣି। 


ସେ ବାସେ ନଥିଲା

ସୁଗନ୍ଧରାଜ କି

ଚମ୍ପା କନିଅର ଭେଦ। 

ଓଁକାର ନାଦରେ

ହଜିଗଲେ ଯେହ୍ନେ

ନ ଶୁଭେ ଅନ୍ୟ ଶବଦ। 


ସବୁ ପୁଷ୍ପ ଠାରୁ

ଆସୁଥିଲା ଯେହ୍ନେ

ସେହି ଏକ ଦିବ୍ୟ ବାସ। 

ସବୁ ଜାତି ଧର୍ମ

ପ୍ରାଣୀ ମଧ୍ୟେ ଯଥା

ଏକ ଆତ୍ମାର ପ୍ରକାଶ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍