STORYMIRROR

subrat kumar jena

Others

4  

subrat kumar jena

Others

ଫର୍ଦ୍ଦେ କାଗଜ ହିଁ ଥିଲା

ଫର୍ଦ୍ଦେ କାଗଜ ହିଁ ଥିଲା

1 min
253

ଫର୍ଦ୍ଦେ କାଗଜ ହିଁ ଥିଲା ,

ଜୀବନର ଶେଷ ସମ୍ବଳ ହୋଇ,

ଯାହାର ବକ୍ଷପୃଷ୍ଠରେ ଭରାଥିଲା ଅନେକ କିଛି,

କାହାଣୀ କିଛି ପାଇବାର,

କବିତା କିଛି ହରାଇବାର ଅଦୃଶ୍ୟ କାଳିରେ,

ସବୁଦିନ ଲାଗି ଅଭୁଲା ହେବାକୁ ।


ଆଜି ବି ସେ ଫର୍ଦ୍ଦରେ କାହିଁ ମିଳେ ମୋତେ,

ଅନେକ ଆତ୍ମୀୟତାର ଛାପ,

ମନେ ନାହିଁ କେବେ ହୁଏତ ସ୍ପର୍ଶ ଲାଗିଥାଇ ପାରେ,

ତୁମ ଜାଣତରେ ଅବା ଅଜାଣତରେ,

ନିଜର ନିଜରରେ ସମ୍ବୋଧନ କରେ ଅଶୁଭା ସ୍ୱରରେ,

ଲାଗେ ଯେମିତି ମୋତେ ତୁମେ ଆହ୍ୱାନ କରୁଛ,

ଫେରେଇ ଦେବାକୁ ଶାନ୍ତି ଟିକେ ।


ହେଲେ ମୁଁ ଯେ ଅଶାନ୍ତ ଶାନ୍ତିର ପଥ ଚାହିଁ ଚାହିଁ,

କେତେ ଦିନ ହେଲାଣି ଭିଜା ମାଟିର ବାସ୍ନା ମିଳିନି ମୋତେ,

ମୁଁ ଖାଲି ଯାହା ଆହ୍ଲାଦିତ ହୁଏ ମନେ ମନେ,

କଳ୍ପନାକୁ ମୋର ଏକାନ୍ତର ସାଥି କରି,

ତୁମେ କିନ୍ତୁ ପଡି ରହିଥାଅ ସେ କାଗଜ ଭିତରେ,

ଜାଣେନା ଦୁଃଖ କରୁଛ ଅବା ସୁଖ,

ହେଲେ କଳ୍ପନା ବାହାରେ ତୁମେ ହିଁ ତ ମୋର ନିଜର,

ଅନେକ କିଛି ହଜିଲା ମୁହୂର୍ତ୍ତକୁ ମନେପକାଇବାକୁ ।


ଫର୍ଦ୍ଦେ କାଗଜ ତ ଖାଲି ନୁହଁ,

ତୁମେ ପରା ସାକ୍ଷାତ ଅଛ ମୋ ପାଖରେ,

ସବୁ ପ୍ରେରଣାର ଉତ୍ସ ହୋଇ,

ସୁଖରେ ସୁଖୀ ହୋଇ ବହିଯାଅ କାହାଣୀ ରୂପରେ,

ଦୁଃଖକୁ ପୁଣି ଭସାଇ ଦିଅ କବିତା କିଆରୀରେ,

ତେଣିକି ସେ ବର୍ଷା ହେଉ ଅବା ବସନ୍ତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍