Phoni
Phoni
• ଫୋନି ( କାହାକୁ କରିବି ଜଣାଣ)
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା
• ଫୋନି ମାଡିଆସେ
• ଫଣାକୁ ବିସ୍ତାରି
• ସତେକି କାଳୀୟ ନାଗ ,,
• ଲେଲିହାନ ଜିହ୍ୱା
• ଫୁତ୍କାରେ ଗରଜେ
• ଭୟାନ୍ନକ ତାର ରୂପ ।।
• ମାଡ଼ି ଆସୁଅଛି
• କରି ଘୋର ରଡି
• ସଙ୍ଗେ ଘେନି ଚାରିମେଘ ,,
• ଅସନି ପ୍ରବାହେ
• ଉଡ଼ି ଉଡ଼ି ଆସେ
• ଭୀମ ଭୈରବ ରୂପ ।।
• ଅଣଚାଶ ପବ-
• ନର ଗତି ତାର
• ଜନମି ସିନ୍ଧୁ ଉଦରୁ ,,
• ଜଳନ୍ଧର ଦୈତ୍ୟ
• ସମାନ ଉତ୍ପାତ
• ଗର୍ଜନେ ଥରଇ ମେରୁ ।।
• ଚକ୍ରବାତ ଚକ୍ର
• ଗତିକରି କରେ
• ଅତର୍କିତ ଆକ୍ରମଣ ,,
• ନିଃଶେଷ କରିବ
• ମାଡ଼ି ଆସୁଅଛି
• ସଙ୍ଗେ ତା ରାକ୍ଷସ ସୈନ୍ୟ ।।
• ଥରହର ହୁଏ
• ଓଡିଶା ପ୍ରଦେଶ
• ଜୀବନ ଖୋଜେ ଆଶ୍ରୟ ,,
• ଫୋନି ପୂର୍ବଦେବ
• ତାଣ୍ଡବ ଦାଉରୁ
• ଧରା ମଣେ ସହାୟ ।।
• ଅଦିନେ ଅକାଳେ
• ବାତ୍ୟା ଦାଉସାଧେ
• ନିଃସହାୟ ଜନ ଜୀବନ ,,
• ତୁମେ ସିନା ସାହା
• ବଳିଆର ବାହା
• (ଆଉ) କାହାକୁ କରିବି ଜଣାଣ ।।
