STORYMIRROR

Anam Charan Sahoo

Others

3  

Anam Charan Sahoo

Others

ଫନୀ

ଫନୀ

1 min
140


ଆସ ଅଭ୍ଯାଗତ ତୁମକୁ ସ୍ବାଗତ

ଜଣାଉ ସରବେ ମିଳି

କରି ପଦପାତ ଛାଡି ଯିବ ଚିହ୍ନ

କେତେ ଜୀବଜନ୍ତୁ ଦଳି ।


ପଶୁ, ପକ୍ଷୀ, ନର ଭୟରେ ଆତୁର

ଡାକିଲେଣି ତ୍ରାହି ତ୍ରାହି

ଗଗନରେ ମେଘ ଭାସେ ସତେ ବାଘ

ମହେଶ ତାଣ୍ଡବ ଗାଇ ।


ପ୍ରଳୟ ରଚିବ ସମୀର ହସିବ

ହସୁଥିବ କାଳଯମ

ଲୋତକର ଧାର ବୋହି ଝରଝର

ଘୋଷୁଥିବ ବିଭୂ ନାମ ।


ସବୁଜ ଓଢଣୀ ଶୋଭିତ ଜନନୀ

ହରାଇ ନିଜର ବେଶ

ଶମଶାନ ପ୍ରାୟ ଏକି ବିଧି ହାୟ

ଦିଶିବ ମୁକୁଳା କେଶ ।


କେତେ ବତୀ ଦଣ୍ଡ ହେବ ଲଣ୍ଡଭଣ୍ଡ

ଅନ୍ଧାର ହୋଇବ ମହୀ

ନର ଗର୍ବ ଦମ୍ଭ ସବୁ ହେବ ଚୂର୍ଣ୍ଣ

ଜୀଇଁଲେ ଦେଖିବୁ ସହୀ ।


ଶାନ୍ତ ପାରାବାର କରିବ ଲଘଂନ

ସୁନ୍ଦର ବିଚି ତାହାର

ହେବ ଜଳମଗ୍ନ ଆସେ ରାହୁଲଗ୍ନ

ବଢିଯିବ ମହୀ ଭାର ।


Rate this content
Log in