Sadananda Sahoo

Others

2  

Sadananda Sahoo

Others

ପହିଲି ରଜ

ପହିଲି ରଜ

1 min
473


ପୁରପଲ୍ଲୀ ଆଜି ଉତ୍ସବ ମୁଖର 

   ଆସିଛି ପହିଲି ରଜ , 

ଜ୍ୟେଷ୍ଠମାସ ଶେଷ ଆଷାଢ଼ ପ୍ରବେଶ 

  ଉଇଁଛି  ନୂଆ ସୂରୁଜ l


ଶୁଭ ଅବସର  ଏ'ରଜ ପରବ 

   ସମୃଦ୍ଧିର  ପ୍ରତିଛବି , 

କୃଷି କୃଷକର  ସ୍ଵପ୍ନ ବିଭୂଷିତ 

   ଶୁଭଫଳ   ଅନୁଭବି l

 

ଉତ୍କଳ ପ୍ରଦେଶ ସଂସ୍କୃତି ବିଭାଷ 

    ପରମ୍ପରା ଅନୁଗାମୀ , 

ରଜ ପରବରେ ବସୁଧା ମା'ହସେ 

   କର୍ମଣ ବିରତି ଭୂମି l


କୁଆଁରୀ ବାଳୀର ସପନ ଆଖିର  

   ଭକ୍ତିପୂତ  ନିବେଦନ , 

ଏ'ଗଣପରବ  ଆଣିଦେଉ ସୁଖ 

   ପ୍ରାପ୍ତହେଉ  ଧନମନ l


କେତେ ସଜବାଜ ରଜର ମଉଜ 

   ନବବସ୍ତ୍ର  ଜିଣେମନ , 

ନବବଧୂ ସୁତା ଆବାଳ ବନୀତା 

   ନୂଆରୂପେ  ଵିଦ୍ୟମାନ l


ଅଳତା ସିନ୍ଦୁର କଜଳର ଗାର 

   ହସ୍ତରେ ମେହେନ୍ଦି ଚିତ୍ର , 

ଗଭାରେ ଗଜରା ମଥାମଣି ହୀରା 

   କରେ'ସତେ ବିମୋହିତ l


ବେଶ ପରିପାଟୀ ରଜର ସମ୍ପତ୍ତି 

   ଦୁହିତା ଦୁଲଣୀ ସାଥୀ ,

ରଜଦୋଳି ଖେଳ ସମୃଦ୍ଧି ବିଜୟ 

    ସୁଦୃଢ ସମ୍ପର୍କ ସ୍ଥିତି ! !


ଖାଦ୍ୟ ମଣୋହିର ସରାଗ ଆଦର 

    ରଜ ମାହୋଲର ତୃପ୍ତି , 

ବ୍ୟଞ୍ଜନ ସହିତ ଚକୁଳି ସଂଶ୍ଳିଷ୍ଟ 

   ମତ୍ସ୍ୟମାଂସେ ସର୍ବେ ଶାନ୍ତି l


 ମାଆ ଗଢେପିଠା ପରବେ ସଦିଚ୍ଛା 

    ଆତ୍ମାମନ ପରିତୋଷ ,    

କାକରା ଆରିସା ମଣ୍ଡା ପୋଡପିଠା 

   ଓଠରେ ନିଆରା ହସ l


କୃଷିର ସମୃଦ୍ଧି କାମନା କରୁଛି 

    ହେ'ପ୍ରିୟ କୃଷକ ସାଥୀ , 

ଏ'ଗଣପରବ  ହେଉ ସୁଖମୟ 

    ଉଚ୍ଛୁଳିପଡୁ ଏ'ପ୍ରୀତି l


ଜଗତର ନାଥ ଉତ୍କଳ ସଙ୍ଗାତ 

    ଦିଅପ୍ରଭୁ  ଶୁଭାଶିଷ , 

କୃଷି କୃଷକର ହେଉସଦା ଜୟ 

   ରଜର କାମନା ହର୍ଷ l



Rate this content
Log in