Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagirathi Mohanty

Others

3  

Bhagirathi Mohanty

Others

ଫଗୁଣ ଫେରିଗଲା ପରେ

ଫଗୁଣ ଫେରିଗଲା ପରେ

1 min
174


ଫଗୁଣ ଫେରି ଗଲା ପରେ ବି

କୋଉ ଏକ ଗଛ ଡାଳରେ ବସି

ଲୁଚି ଲୁଚି କୁହୁ କୁହୁ କରୁଛି କୋଇଲି।

ଆମ୍ବ ଗଛରେ ପତର ନାହିଁ କି ବଉଳ ନାହିଁ।

ଅଦିନରେ ତା ବଇରୀ ବର୍ଷା ତୋଫାନ ଆସି

ସବୁ ବିଗାଡି ଦେଲା ।

କିଏ କହିଲା କେଜାଣି 'ଆ ଆଉଥରେ 

ମୁଁ ଫେରୁଚି'।

 କୋଉଠି ବସି ପଞ୍ଚମାଳପ କରିବ ସେ!

ବନ୍ଧୁ ବରକୁ ଡାକିବ ? 

ସବୁଆଡେ ଜଳନ ପୀଡନ  

ତପନ ର ତାପ ।

ତଥାପି ଡାକିବ ସିଏ ଆସ ମୁଁ ଗାଇ ଗାଇ

ଥକି ଗଲିଣି ।

 ମୋ ତଣ୍ଟି ଶୁଖି ଯାଉଛି  

କିଏ ସେ କହୁଚି କେଜାଣି

"ପୋଡିଯିବୁ  

ଆ ପଳେଇଆ । 

କିଏ କହୁଚ?

ମୁଁ ନିଦାଘ । 



Rate this content
Log in