Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er.Sasanka Sekhar Panda

Others

5.0  

Er.Sasanka Sekhar Panda

Others

ଫଗୁଣ ଆସିଛି

ଫଗୁଣ ଆସିଛି

1 min
256


ଫଗୁଣ ଆସିଛି ଦୂର ଗାଁ ଡେଇଁ

ମୋ ମନର ବଗିଚାରେ

ଫୁଲେ ମଧୁପାଇ ଖିଲି ଖିଲି ହସି

ନାଚିଯାଏ ଗୀତ ସୁରେ,

ଆରେ ଏ ଫଗୁଣ ସତ କହ ମୋତେ

ଭେଟିଛୁ କି ମୋର ପ୍ରିୟାକୁ

ତା'ବାରତା କିଛି ସାଥେ ଆଣିଛୁ କି

ମୋ କାନେ ଓଜାଡ଼ି ଦେବାକୁ,

କେମିତି ସେ ଅଛି ତା କଥା ଭାବୁଛି

ନିରବରେ ନିରୋଳାରେ ....।

ରୂପ ରାଇଜର ସିଏ ମୋର ରାଣୀ 

ସରଗର ଅପସରି

ଶ୍ୟାମଳ କୋମଳ ରଙ୍ଗତାହାର

ଆଖିରେ କାମନା ଝରି,

ନିଇତି ଦେଖୁଛି ସେହି ପ୍ରତିଛବି

ହୃଦୟର ଆଇନରେ....।


Rate this content
Log in