STORYMIRROR

Santanu Bisoi

Others

3  

Santanu Bisoi

Others

ଫେରିଯାଅ

ଫେରିଯାଅ

1 min
219

ତୁମ ବାର୍ତ୍ତା ଆଜି ବିକୃତ ଏଇଠି

ଅନ୍ଧବିଶ୍ୱାସର ତଳେ,

ଜୀବନ୍ତ ପାଦପେ ଯତ୍ନ କୁସଂସ୍କାର

ପ୍ରବାର୍ତାନ୍ତି ଦଳ ମେଳେ।।


ପ୍ଲାଷ୍ଟିକ ଗଛରେ ଲିଚୁ ମାଳ ମାଳ

ଆଧୁନିକତାର ଶିକ୍ଷା,

କେତେ ଅମ୍ଳଜାନ ଛାୟା କେତେ ଦିଏ

ପ୍ରମାଣିତ କରି ଦେଖା!!


"ସମସ୍ତଙ୍କୁ ପ୍ରେମକର" ବାର୍ତ୍ତା ଆଜି

ନାରୀ ସମ୍ମାନକୁ ଜାଳେ,

ଇଜ୍ଜତ, ସତିତ୍ୱ ଭୁଲୁଣ୍ଠିତ ହୁଏ

ଆଶ୍ରୟ ଘରର ତଳେ।।

(Shelter Homeର ତଳେ)


ତୁମ ସେବା ବାର୍ତ୍ତା ଚିକିତ୍ସା ଓ ଶିକ୍ଷା

ଧର୍ମାନ୍ତିକରଣ ଜାଲ,

ପ୍ରେମ ସନ୍ଦେଶକୁ ଖଳ ପାଦ୍ରୀ କରେ

ଅନ୍ୟ ଧର୍ମେ ମୁଲଚାଲ।।


ତୁମ ଧର୍ମ ନୀତି, ଆଦର୍ଶ ଏଇଠି

ନିଲାମ କରେ ବିଧର୍ମୀ,

ଦୁନିଆଁକୁ ତୁମେ ସଂସ୍କାର ବାଣ୍ଟିଛ

ଭୁଲିଛି ପାପୀ କୁକର୍ମୀ।।


ଫେରିଯାଅ ପ୍ରଭୁ ଆସନି ମରତେ

ପୁଣି ହେବ କ୍ରୁଶବିଦ୍ଧ,

ହାତେ ବାଇବେଲ ଅନ୍ୟ ହାତେ କଣ୍ଟା

ଧରି ଉଭା ଧର୍ମଅନ୍ଧ।।


Rate this content
Log in