ଫେରିଯାଅ ଫନି ସମୁଦ୍ର ଗରଭେ
ଫେରିଯାଅ ଫନି ସମୁଦ୍ର ଗରଭେ
ପାରାଟିଏ ମୁହିଁ ନାହିଁ ଘରଦ୍ୱାର
ଖୋଜୁଛି ମୁଁ ନୀଡ଼ଟିଏ
କିନ୍ତୁ ଫନି ତୁମ ହୁଙ୍କାର ନାଦରେ
ପବନ ଉଡେଇ ନିଏ ।
ଉଡାଇ ଉଡାଇ ନେଇଗଲ ତୁମେ
ବଡ ପ୍ରଭୁଙ୍କ ଉଆସ
ବସିଛନ୍ତି ପରା କାଳିଆ ସାଆନ୍ତେ
ନାଶିବାକୁ ତୁମ ରୋଷ ।
ପାରୁଛ ଯଦି ଗୋ ମିଶିଯାଅ ତୁମେ
ଅଥଳ ସିନ୍ଧୁ ଗରଭେ
ସହି ନ ପାରନ୍ତି ଜଗତର ନାଥ
ଦୁଃଖୀ ଦୁଃଖ ଏ ଜଗତେ ।
ଶାନ୍ତ ହୁଅ ତୁମେ ଆସିଲଣି ପରା
ଡେଇଁ କେତେ କେତେ ସିନ୍ଧୁ
ଗରବ ତୁମର ହାରିଦେବେ ପ୍ରଭୁ
ସେ ପରା ଭକତ ବନ୍ଧୁ ।
ଯେତେ ରଙ୍ଗ ରୂପ ଦେଖାଇଲେ ତୁମେ
ଡ଼ରିବିନି ମୁହିଁ ତିଳେ
ଜାଣିଅଛ ତୁମେ କାଳିଆ କୀରତି
ଯାହା ଅଛି ମହୀତଳେ ।
ବଡ ଭାଗ୍ୟ ମୋର ଆଣିଛ ଗୋ ମୋତେ
ବଡ ଦେଉଳକୁ ଠେଲି
ଫେରିଯାଅ ଫନି ସମୁଦ୍ର ଗରଭ
କୋପାନଳ ସବୁ ଭୁଲି ।