STORYMIRROR

Paramita Sarangi

Others

3  

Paramita Sarangi

Others

ଫେରିବା ବାଟ

ଫେରିବା ବାଟ

1 min
221



ତୁମେ ପାଲଟି ଦେଇ

ଶେଜ ରେ ପକାଇ ଦେଇ ଥିବା

ମୁହୂର୍ତ୍ତ ମାନଙ୍କ ମଧ୍ୟରୁ

ଗୋଟାକୁ ପିନ୍ଧି ଦେଲି ତ

କଟିଗଲା ଅପେକ୍ଷା ର ଦିନ ଗୁଡ଼ିଏ


କେତେ ଚେଷ୍ଟା ଏଡ଼ାଇବା ପାଇଁ

ଭଲ ପାଇବାର ଅନୁଭବ କୁ

ବହୁ କଷ୍ଟ କର ପ୍ରଶ୍ନ ପତ୍ର ମିଳେ ଏଠି

ସମାଧାନ କରିବାକୁ

ଟିକେ ଟିକେ କରି ବିତୁ ଥିବା ସମୟଟା

ଗୁଡେ଼ଇ ତୁଡେଇ ହୋଇ ଯାଏ

ସୂତା ଖିଅ ପରି।


ଅନ୍ଧକାର କୋଠରୀ ଭିତରେ

ଉଦାସ ଝରକା ମାନେ

ଚାହିଁ ରହିଛନ୍ତି

କାହା ଫେରିବା ବାଟକୁ

କିଏ ବା କହି ପାରିବ

କିଏ କେବେ ଫେରିଛି କି ନା?

କାହାର ଅପେକ୍ଷାକୁ ସଫଳ କରିବାକୁ

ଦ୍ଵାପର ଯୁଗରୁ କଳିଯୁଗ ଯାଏଁ

ଖାଲି ଯାହା ତାରିଖ ଗୁଡ଼ିକ

ବିତିବାରେ ଲାଗିଛନ୍ତି କ୍ୟାଲେଣ୍ଡରର ପୃଷ୍ଠାରୁ


ଯାହା ଚାଲିଯାଏ

ତାହା ଖାଲି ସମୟ ନୁହେଁ

ସମସ୍ତେ ତ ଯାଆନ୍ତି

ଯେତେ ବେଳେ ଯାହାର

ଯିବାକୁ ପାଳି ପଡେ



ମୁଁ ଯାଉଛି, ମୋ ଚାଲି

ବିଲେଇର ପାଦ ଶବ୍ଦ ପରି

ହେ, ଝରକା ମାନେ

ଅପେକ୍ଷାର ଚଉକାଠକୁ ଡେଇଁ

ତୁମେ ବି ଚାଲିଯାଅ

ଠିକ୍ ଗୋଟେ ବେଲୁନ ପରି

କାରଣ ସମସ୍ତଙ୍କୁ ଜଣା ଯେ

କେବଳ କଷ୍ଟକର ପ୍ରଶ୍ନ ପତ୍ର ମିଳେ ଏଠି

ସମାଧାନ କରିବା ପାଇଁ।


ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍