ପଦେ ଦିପଦ ଗୀତ
ପଦେ ଦିପଦ ଗୀତ


ପାଣି ଗଡ଼ୁଥିଲା ଚାଳରୁ ଚପର ଚପର,
ତତେ ଯୋଉ ଦିନୁ ଷୋଳ ପୁରି ହେଲା ସତର;
ମନ ଲାଗୁନାହିଁ ଆଉ କୋଉ କାମେ,
ତୋ ଉପରେ ରହେ ସଦା ମୋର ନଜର l
ଆଖୁ ବାଡି ହୁଏ ଯେବେ ଖସର ଖସର;
ଦିନ ଦି ପହରେ ହୋଇ ତୁ ଲସର ପସର,
ଦେଖା କରିବାକୁ ଚାଲି ଆସୁଥିଲୁ ନଶୁଣି କଥା କାହାର;
ମନେ ପଡ଼ିଯାଏ ହେଉଥିଲେ କେତେ ଫୁସୁର ଫାସର !
ଫୁଲ ଫୁଟୁଥିଲା ଭରାଇ ଝରାଇ ମହକ !
ଯାହାକୁ ପୂଜୁଥିଲି ଭାବି ପ୍ରାଣାଧିକ;
“କରୋନା” ଆସି ଉଡେଇ ନେଇଗଲା,
ଏତେ ଦିନରୁ ଥିବା ସେ ମଧୁର ସଂପର୍କ l
ବେଙ୍ଗ ଡାକୁଥିଲା ସାରୁ ମୂଳେ ବସି;
ଖୋଲା ପବନରେ କଟର କଟର l
ବିତିତ ଯାଉଛି ପାଣି ପରି ଦିନ ରାତି,
ଲାଗୁଛି କିଛି ଦିନ ପରେ ହେଇଯିବ ସତେ ତତେ ଅଠର l
ଆମ୍ବ ଗଛ ଦେଇ ପବନ ବହିଗଲେ;
ଲାଗେ ଦେହ ମନ ଖାଲି ସିରି ସିରି l
ଲକ୍ ଡାଉନ ଯୋଗୁ ଦେଖା ଚାହାଁ ହୋଇ ପାରିଲାନି,
ତେଣୁ ଅବିଳମ୍ବେ ଦେଲୁ କି ମନୁ ପାସୋରି ?
ଭଁ ଭଁ କରେ କଳା ମିଚି ମିଚି ଭଅଁର;
ଅକାଳେ ସକାଳେ ଦେଖା ହୋଇଗଲେ,
କିଏ ତୁମେ ବୋଲି ପଚାର !
ଚିହ୍ନି ପାରୁ ନାହଁ ମୁଖା ପିନ୍ଧା ମୁହଁ ମୋହର,
ଯାହା ଥିଲି ଆଜି ବି ଅଛି ସେଇ ତ ଆଗର l
ବଣି ଡାକୁଥିଲା ଜଙ୍ଗଲ ଭିତରେ;
ଗଛ ଡାଳେ ବସି ହୋଇ ପଟର ପଟର l
“କରୋନା” ଆସିକି ମନ ଭାଙ୍ଗି ଦେଇଗଲା,
ଆଜି ଆଉ ନଲାଗାଇ କିଏ ନିଜର l