ପୌଷରେ ଶୀତ ଥରାଉଛି
ପୌଷରେ ଶୀତ ଥରାଉଛି
ପଉଷରେ ଶୀତ ଥରାଉଛି ଧରା
ଦେହ ଖୋଜେ ତାପ ତାଜି
ଶୀତ ନାହିଁ ବୋଲି କିଏ କହୁଥିଲା
ଶୀତ କହିଲାଣି ଗର୍ଜି ।
କାହାର କାମନା କିଏ ଜାଣିପାରେ
କିଏ ଯିବ କାହିଁ ହଜି
ପାପ ମନ ଯିବ ପାପ ଖୋଜିବାରେ
ଧର୍ମ ନୁହେଁ ମନ ମୌଜୀ ।
ସକାଳ ଶୀତଳ କରି ଦିଏ ବେଳ
ହେବା ପାଇଁ ସଜବାଜ
ପିକନିକ୍ ପାଇଁ ପଡିଛି ସମୟ
କରିବେ ଏବେ ମଉଜ ।
ସୂରୁଜ ଚମକ ଖୋଜୁଥାଏ ମନ
ଦେହରେ ପଡିବ ଟିକେ
ବୟସ ଯାହାର ପାଚି ସାରିଲାଣି
ଦୂଆରକୁ ଆସି ଦେଖେ ।
ଉଠିଲେ ସୂରୁଜ ଆକାଶ ମଣ୍ଡଳେ
ତାଜା ହୁଏ ଦେହ ହାତ
ସୂରୁଜ ଗଡିଲେ ଶ୍ରମ ସରିଯାଏ
ମନ ହୁଏ ଘରମୁଖ ।
ବେଦନା ବ୍ୟାହତ ହେବ ବୋଲି ଭାବି
ଗରମ ଗରମ ଖୋଜେ
ପାଖରେ ପ୍ରେମିକା ପତ୍ର ପରଷିଲେ
ମନ ବୁଲେ ପ୍ରେମ ରାଜ୍ୟେ ।
ବୁଲୁଥିଲେ ମନ ରହିଯାଏ ଶୀତ
ଲାଗେ ନାହିଁ ପାଗ ଏତେ
ଶୀତଳ ପବନ ବୋହୁଥାଏ ଯେତେ
ପ୍ରେମରେ ଉଷ୍ମତା ସେତେ ।
ପ୍ରେମ ଥିଲେ ଦେହ ଧରା ଦିଏ ନାହିଁ
ଜଣାପଡ଼େ ନାହିଁ ଶୀତ
ହେମନ୍ତର ଶୀତ କୋଲ ମାରିଦିଏ
ପ୍ରେମିକକୁ ଲାଗେ ଗୀତ ।
ଶ୍ରମିକ ବାପୁଡା ଶ୍ରମ ଢାଙ୍କି ଦିଏ
ଶୀତ ହେଇଯାଏ ଦୂର
ଅଳସୁଆ ଦେହେ ରେଜେଇ କମ୍ବଳ
ଦେଲେକି ଛାଡିବ ଖୋର ।
ନୂଆ ବୋହୂ ଚିନ୍ତା ସ୍ନାନ ସାରି ହେଲେ
ରୋଷଘରେ ହେବ ଘାରି
ବିଦ୍ୟାର୍ଥୀ ବିଚରା ଉଠି ପଢୁଥାଏ
ଛୁଆଙ୍କୁ ଛୁଟଣ ସାରି ।
ହକାଳିଲେ ନନା ମନ୍ଦିରକୁ ଯିବ
ଯେଝା କାର୍ଯ୍ୟେ ସେବାୟତ
ଆସନ୍ତା ସୁଖକୁ ଆଶ୍ରୟ ସଭିଙ୍କ
ନିରାଶ୍ରିତ ପରାଂମୂଖ ।
ପ୍ରଶାନ୍ତ କୁମାର ହୋତା