STORYMIRROR

Mamata kumari Behura

Others

3  

Mamata kumari Behura

Others

ପୌରୁଷ

ପୌରୁଷ

1 min
114


ଜନ୍ମ ମ୍ରୁତ୍ୟୁ ମଣିଷର ଚିର ସହଚର, 

ଜନମିଲେ ମ୍ରୁତ୍ୟୁ ନିଶ୍ଚେ ଆସଇ ସତ୍ୱର। 

ଜୀବନରେ ବହୁ କର୍ମ ନର ସାଧି ଥାଇ, 

ଭଲ କର୍ମ କଲେ ତାକୁ ପୌରୁଷ ମିଳଇ। 

ସତ୍ଯ, ଶାନ୍ତି, ଦୟା, କ୍ଷମା ଆଉ ସେବାଗୁଣ

ଜୀବନରେ ପୌରୁଷତା ଆଣିଦିଏ୤ ଜାଣ। 

ପୌରୁଷ ସାଧନେ ଯିଏ ତତ୍ପର ହୁଅଇ, 

ଜୀବନେ ସର୍ବଦା ତାକୁ ସୁଖ ମିଳିଥାଇ। 

ମରି ମଧ୍ଯ ଜନ ମାନସରେ ସେ ଅମର, 

ସଭିଏଁ କହି ଥାଆନ୍ତି ତାକୁ କର୍ମବୀର। 

ଯୁଗେ ଯୁଗେ ପୌରୁଷତା ପାଇ ସେ ଥାଆନ୍ତି, 

ଅକ୍ଷୟ, ଅମର ରହେ ସଦା ତାଙ୍କ କୀର୍ତ୍ତି। 

ଗାନ୍ଧୀ, ଗୋପବନ୍ଧୁଙ୍କର ପୌରୁଷତା ଗୁଣ, 

ଜନ ମାନସରେ ତାଙ୍କୁ କରିଛି ମହାନ। 

ଆଜିର ପୁରୁଷ କିନ୍ତୁ ଭୁଲିଛି ପୌରୁଷ, 

ପ୍ରାଚୁର୍ଯ୍ୟରେ ବୁଡି ରହି ଭୋଗୁଛି ବିଳାସ। 

କର୍ତ୍ତବ୍ୟ, ଦାୟିତ୍ୱ ସବୁ ମନୁ ଭୁଲିଯାଇ, 

କୁକର୍ମ କରି ଯିବାକୁ ପଛାଏ ସେ ନାହିଁ। 

ସବୁ ଜାଣି ହୁଏ ପୁଣି ଆଜି ବାଟବଣା, 

ଜଳଙ୍କିତ କରେ ସାରା ସମାଜକୁ ପରା। 

ଭୀରୁ ସାଜି ଦିଏ ନାହିଁ ନାରୀଙ୍କୁ ସମ୍ମାନ, 

ମଦ, ମାଂସେ ମାତି ଦେଖାଏ ସେ ବଡପଣ। 

ଭୁଲି ଯାଏ ମନୁ ପୂର୍ବ ପୁରୁଷଙ୍କ ଗାଥା, 

ସମାଜକୁ ଖାଲି ଆଣି ଦେଇଥାଏ ବ୍ୟଥା। 

ମାଟି ମାଆ କାନ୍ଦେ ଆଜି ଗୁମୁରି ଗୁମୁରି, 

ଧିକ୍କାର କରେ ନିଜକୁ (ଏପରି) ପୁତ୍ର ଜନ୍ମ କରି। 

ହେ ପୁରୁଷ ଗଣ!ଟିକେ ହୁଅ ସଚେତନ

ଜ୍ଞାନଦୀପ ଜାଳ ହସି ଉଠୁ ମାଆ ପ୍ରାଣ। 

ନିଜ ମଧ୍ଯେ ପୌରୁଷକୁ କରାଅ ଜାଗ୍ରତ, 

ଜନ୍ମଭୂମି ପାଦତଳେ କରି ମଥାନତ। 

ହସି ଉଠୁ ମାଟି ମାଆ ହସି ଉଠୁ ଦେଶ, 

ପୌରୁଷକୁ ପୁରୁଷାର୍ଥ କରି ସର୍ବେ ହସ। 

ଜାତି ଟେକ ରଖିବାକୁ କରହେ ଶପଥ, 

ତତ୍ପର ହୋଇ ସଭିଏଁ ସାଧହେ ପୌରୁଷ।

    


Rate this content
Log in