ପାଉଁଶତଳରନିଆଁ
ପାଉଁଶତଳରନିଆଁ
1 min
339
ମୁଁ ପାଉଁଶ ତଳର ନିଆଁ
ଉପରକୁ ନିସ୍ତେଜ ଦିଶୁଥିଲେ ବି
ତିବ୍ର ଦରଜରେ ଜଳୁଥାଏ
ପୋଡା ଅଙ୍ଗାରର ଅଳ୍ପ ଉଷ୍ଣତାରେ
ମୁଁ ଜଳାଇପାରେ
କୁହୁଳି କୁହୁଳି ନିଜେ
ଗୋଟେ ସୁବର୍ଣପୁର
ପବନର ଟିକେ ଇସାରାରେ ।
ନିଆଁ ଝୁଲଟିଏ ଭାବି
କେବେ ମୋତେ କରନି ଅଣଦେଖା
ସବୁଜଳିଗଲା ପରେ ବି
ରହିଥାଏ ମୁଁ ଧୂଆଁର ଖୋଳପାରେ
ଗଢିବାକୁ ଏକ ଶ୍ରେଣୀହୀନ ସମାଜ
କେତେବେଳେ କୁଦାମାରି ଧରିବି ତୁମ ବେକକୁ
ସିଂହ ଭଳି ତୁମ ଅଲକ୍ଷେ ଅଜାଣତେ
ଭଲ ଲାଗେ ଖେଳିବାକୁ ହୋଲି ମୋତେ
ତୁମ ଲାଲ ଟହ ଟହ ରକ୍ତରେ ।
