ପାଉଁଶ
ପାଉଁଶ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ମାନ ସମ୍ମାନ, ସ୍ନେହ ପ୍ରେମ, ଗର୍ବ ଅହମିକା, ପ୍ରତିପତ୍ତି ସମ୍ପତ୍ତି, କୁସୁର ବଳକା ଅଂଶ ସେ
ହାତ ପାପୁଲିରେ ପାଉଥିବା ଶେଷ ସ୍ପର୍ଶ ।
ଧୂଆଁ ଓ ନିଆଁ ର ହାତ କୁ ଲଗାମହୀନ ଭାବେ ପବନରେ ଛାଡି ଦେଇ
ନିଇତି ଆଖି ମିଟି ମିଟି କରୁଥାଏ
କେବେ ଯୂଇରେ
କେବେ ଚୁଲିରେ
ଅଥବା ଅନାବନା ଅଳିଆ ଗଦା ଭିତରେ ।
ଆଜନ୍ମ ରୁ କିଛି ସାନ ବଡ,
ଛୁଆଁ ଅଛୁଆଁ
ରାଜା ରଙ୍କ
ନାରୀ ପୁରୁଷ, କ୍ଳୀବ ଭାବ ନ ରଖି
ଆପଣେଇ ନେବା ତାର ପୁଣ୍ଯ ଧର୍ମ ।
ବେଳେବେଳେ ଇଚ୍ଛା ହୁଏ ଲୀନ ହେବା କୁ ମହୋଦଧିରେ
ଆଉ କେବେ ଗଙ୍ଗାରେ
ନିଜ ଜନ୍ମ ର ସାର୍ଥକ ଚିତ୍ର ପାଇଁ ।
ଉଷ୍ମତା ଜାଣିଚି ଅଙ୍ଗାର
ଅସ୍ମିତା ଜାଣିଚି ଗଙ୍ଗା ର କେବଳ,
ମାଟି ଛୁଇଁ ଥିବା
ସମସ୍ତ ଦେବ ଦାନବ ମାନବ ଗନ୍ଧର୍ବ ପାଇଁ
ସେ ହିଁ ଶେଷ ନିଶ୍ଵାସ, ବିଶ୍ବାସ, ଆୟୁଷ ବି
ଦୂରଆକାଶ ରୁ
ରଙ୍ଗ ଖଣ୍ଡେ ଆଣି କହିଦିଏ
ଜୀବନ ର ନିଛ୍ହକ ଚିତ୍ର ଓ ସତ୍ୟ ଭଗ୍ନ ଅଂଶ ପାଉଁଶ ।