STORYMIRROR

Chittaranjan Nanda

Others

3  

Chittaranjan Nanda

Others

ପାଉଛେ ନଦୀମାନଙ୍କଠୁ ଶିକ୍ଷା

ପାଉଛେ ନଦୀମାନଙ୍କଠୁ ଶିକ୍ଷା

1 min
154

ହେ ନଦୀ ମାଆ, 

କେତେ ହେଉ ସାହା,


ହେ ଗଙ୍ଗା, ଗୋଦାବରୀ, 

ମହାନଦୀ, କାବେରୀ,


ଦେଖି ତାର ରୂପ ମାଧୁରୀ,

ଅନ୍ତର ଯାଏ ପ୍ରେମେ ପୁରି,


ହେ ଗିରି ଗୁହାର ନନ୍ଦିନୀ, 

ନମିଳୁ ପଛେ ମୁକୁତା, ହେ ତଟିନୀ,


ବହିଯାଉ ଅବିରତେ,

ସ୍ଥିତି ଅବସ୍ଥିତି ସାଥେ,


ତୋର କୂଳେ କେତେ ଯେ ଜନ ବସତି,

ମଧ୍ୟେ ଧର୍ମ ଜାତିର ଲୋକ ରହିଥାନ୍ତି, 


ଥାଏ ସମସ୍ତଙ୍କ ପ୍ରତି କୃପା ମତି 

ମୋହରେ ଅନ୍ଧ ହୋଇ ନଛାଡୁ ଧର୍ମନୀତି,


ନହେଉ ଭୟାଳୁ ତୋଫାନେ,

ପାଦପ ତ୍ରାସେ, ଶିର ଲଏଁନି,

  

ସୁଜନ ପରି ଚାଲୁ ଯତନେ,

ଆଦରି ନେଉ ନଡରି ତୁଷାର ପତନେ,


ଚାଲୁ ବୋହିଣ କେତେ ପଟୁ ମୃତ୍ତିକା,

ଭଲ ଫଳ ହୋଇ ବଞ୍ଚାଉ ଚାଷୀ ଜୀବିକା,


ନଦେଖାଉ ତୋର ବଡ ପଣିଆ,

ନହେଉ କେବେ ଲୋକ ଦେଖାଣିଆ, 


ଆପଣାର ନିଜ ବୁଦ୍ଧିବଳରେ, 

ପ୍ରଗତି ସୁଖ ଚାହୁଁ ଶ୍ରମ ଓ ସିଦ୍ଧିରେ, 


ନହେଉ ସମ୍ପତ୍ତି, ସୌଭାଗ୍ୟର ସାଥି, 

ନଚାହୁଁ ସମାଜରେ କାହାର ଦୁଃସ୍ଥିତି,


ବୃଥା ପ୍ରଶଂସା ସାଉଁଟିବା ପାଇଁ 

କୁସଙ୍ଗତରେ ସାଥି ନହୁଅଇ,

 

ସଂସାରକୁ ବାର୍ତ୍ତା, ଚାଲ ଧର୍ମାନୁସାରେ,

କେବେ ନକର ରୋଷ ଅନ୍ୟ କାହାରେ,


ପାଉଛେ ତମ ଠାରୁ ଶିକ୍ଷା,

ସତ୍ୟ ଧର୍ମ ପାଳନର ଦୀକ୍ଷା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍