STORYMIRROR

Dr Jharana Satapathy

Children Stories Inspirational

4  

Dr Jharana Satapathy

Children Stories Inspirational

ପାଠପଢାରେ ଦେବା ଧ୍ୟାନ

ପାଠପଢାରେ ଦେବା ଧ୍ୟାନ

1 min
417


ଆସ କୁନୁ ମୁନୁ ସାଥୀ ହୋଇ

ଆମେ ପାଠ ପଢିବା

ସମାଜ ଭିତରେ କାହିଁ କେତେ 

ସୁନାମ ପାଇବା

ପାଠ ପ୍ରତି ଧ୍ୟାନ ଦେଇ ଆମେ 

ସେତ ଶିକ୍ଷିତ ହେବା

ଯେଉଁଠି କୁ ଯିବା ଆତ୍ମନିର୍ଭରଶୀଳ

ଟିକେ ହୋଇ ପାରିବା

ଶିକ୍ଷିତ ନ ହେଲେ ମୁର୍ଖବୋଲାଇବା

ଵେକାରିଆ ହୋଇ ରହିବା

ଶିକ୍ଷା ହିଁ ସମ୍ପତ୍ତି ହେବା ଅଗ୍ରଗତି

ପାଇବା ଯଶ ଆଉ କିର୍ତ୍ତୀ 

ଧ୍ୟାନ ଦେବା ଆସ ବିଦ୍ୟା ପ୍ରତି

ଶିକ୍ଷା ର ହେବ ପ୍ରଗତି

ବ୍ୟୟବହୁଳ ଶିକ୍ଷା ବ୍ୟବସ୍ଥାରେ 

ଟଙ୍କାର ନାହିଁ ମୂଲ୍ୟ

ଯେତେଅରଜିଲେ ମଧ୍ୟ ନିକିତିରେ

ହେବ ନାହିଁ ସମତୁଲ

ଏଜୁକେସନର ଏ ଦୁନିଆ ଵାପା ମା' 

ହେଲେଣି ଆମର ଛାନିଆ

ନୋଟ ଗଣି ଆମ ବାପା ମାଆ'ଙ୍କ

ଗଲାଣି ସବୁତ ବଳ

କେଉଁଠୁ ଆଣିବେ ସେତ ଆମ 

ପାଇଁ ଏତେ ସମ୍ଭଳ

ଅର୍ଥକୁ ନେଇ ଚାଲିଛି ପ୍ରତିଯୋଗିତା

ଧନ୍ୟ ଏ ଶିକ୍ଷା ବ୍ୟବସ୍ଥା 

ଅର୍ଥ ହିଁ ତ ସବୁ ଅନର୍ଥର ମୂଳକାରଣ

ଦୁର୍ନିତି ହେବ କିପରି ନିବାରଣ

ଟଙ୍କାକୁ ନେଇ ଚାଲିଛି ପ୍ରତିଯୋଗିତା 

ଜଟିଳ ହେଉଛି ବ୍ୟବସ୍ଥା

ଆମେ ଗଢିବା ଆମ ଭବିଷ୍ୟତ 

ପଢାଉପରେ ରଖି ବିଶ୍ୱାସ ।



Rate this content
Log in