STORYMIRROR

Bunee Tripathy

Others

4  

Bunee Tripathy

Others

ପାଟ ଓଢ଼ଣୀ

ପାଟ ଓଢ଼ଣୀ

1 min
521

ରାତ୍ରୀଗୋ ମୋଳ ମନର ମାନସୀ

  ଆସିବୁ ତୁ କେତେକ୍ଷଣେ

ତୋ ବାଟକୁ ଚାହିଁ ନୀରବେ ବସିଛି

   ଆଙ୍କୁଛି ତୋ ଛବି ମନେ।


କଳାଳ ଓଢ଼ଣୀ ମଥାରେ ତୋହର

  ଦେଇ ଯେବେ ଆସିଯିବୁ

ତାରା ଫୁଲ ତୋର ଓଢ଼ଣୀ ସୁନ୍ଦର

   ଚିକିମିକି ଝଟକିବୁ।


ଢ଼ଳିଢ଼ଳି ଯେବେ ଆସିଯିବୁ ପାଶେ

   ପାଖେ ବସିଥିବୁ ମୋର

ଓଢ଼ଣୀ ଖୋଲିକି ଦେଖିବି ଯେବେ ମୁଁ

   ଲାଜେ ଝାଉଁଳିବୁ ତୁଲ।


ଯାମିନୀ ଗୋ ପ୍ରିୟା ଲାବଣ୍ୟବତୀ ଗୋ

  ଅପରୂପ ତୁ କାମିନୀ

ଅବଗୁଣ୍ଠନବତୀ ସୁଷମା ଭାରତୀ

  ମଥାରେ ପାଟ ଓଢ଼ଣୀ ।


ହୀରା ନୀଳା ମଣି ଖଚିତ ହୋଇଛି

  ପ୍ରିୟା ତୋ ଓଢ଼ଣୀ ସାରା

ଚୁନରୀର ତଳୁ ମୁଖଶ୍ରୀ ତୋହର

  ଉକୁଟି ଉଠୁଛି ପରା ।


ତୋ ଓଢ଼ଣୀ ଛାପ ମୋ ଦେହରେ ଯେବେ

  ଲେପ ହୋଇ ଲାଗିଯାଏ

ତୋ ଦେହର ବାସ୍ନା ଆପ୍ରାଣ କରିବୁ

  କୃତକୃତ୍ତ୍ଯ ହୋଇଯାଏ।


ଅମା ଅନ୍ଧକାରେ ତୋ ଓଢ଼ଣୀ ସତେ

   ଦିଶୁଥାଏ ଝକମକ

ଶଶିର ଯୋଛନା ଉଲ୍ଲସି ଉଠଇ

   ତୋଫା ଅଟେ ନିରିମଳ।


ଗୋରା ଦେହେ ତୋର କଳା ଉତ୍ତରୀୟ

  ଅପରୂପ ଶୋଭା ଦିଶେ

ତୋ ଗୋରା ଦେହରେ ନଜର ଲାଗିଲେ

   କଳା ଓଢ଼ଣୀ ତ ରୁଷେ।


ପ୍ରିୟାର ଓଢ଼ଣୀ ଅପରୂପ ଲାଗେ

   ଦିବା କରେ ପ୍ରିତିବାଦ

ଦିବସ ଅନ୍ତିମେ ନିଶାର ପ୍ରବେଶ

   କରେ ନାହିଁ ପଥରୋଧ।


ରାତ୍ରି ପ୍ରିୟତମା ଅନୁଢା କୁମାରୀ

   ଅଙ୍ଗେଅଙ୍ଗେ ଯଉବନ

ସମୀରର ଢେଉ ଦୋହଲାଇ ଦିଏ

   ଉଡିଯାଏ ତୋ ଓଢଣୀ।


ଓଢଣୀ ଉଡିଲେ ରୂପ ତ ଝଲସେ

   ଚାହାଣୀ ତ ମନଚୋରା

ସେହି ଚାହାଣୀ ତ କିଣିନିଏ ମନ

   ସବୁ ତୋର ଅପାସୋରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍