STORYMIRROR

Subhalaxmi Nayak

Others

3  

Subhalaxmi Nayak

Others

ପାରିବାରିକ କଳହ

ପାରିବାରିକ କଳହ

1 min
224

ବାହା ହୋଇ ଆସିଛି ବୋହୂଟିଏ

ହୋଇଥାଏ ଦୁଇ ଦିନ,

ନୂଆ ଘରେ ନୂଆ ଲୋକ

ନୂଆ ସବୁ ଚାଲିଚଳନ।


ଛାତି ଉପରେ ପଥର ଲଦି

ପର କରି ବାପଘର,

ଲକ୍ଷ୍ମୀଯୁକ୍ତା ସାଜି ଡିଏଁ ଏରୁଣ୍ଡି

ଏଇତ ନିୟମ ନିୟତିର।


ପରକୁ ଆପଣା କେତେ ସହଜରେ

ମାନି ସେ ନିଅଇ,

କେତେ ଗଞ୍ଜଣା ଆଉ ଯାତନା

ମନେ ସେ ସହଇ।


ବିନା ମେଘେ ବଜ୍ରପାତ ଆଶଙ୍କାରେ

ମାପିଚୁପି କଥା ହୁଏ,

ବସା ବାନ୍ଧି କେଉଁ ଗହନ କୋଣରେ

ମନ କଥା ରହିଯାଏ।


ତଥାପି କେଉଁଠି ଯଦି ରହିଯାଏ

ଛୋଟିଆ ହେଲେ ଫାଟ,

ଶାଶୁ ନଣନ୍ଦଙ୍କ ଗଞ୍ଜଣା କଥା

ନ କହିବା ଉଚିତ।


କଳହର ସୂତ୍ରଧାର ବୋହୂକୁ କରିଣ

କାନ ଭରି ଚାଲିଯାଆନ୍ତି,

ସ୍ୱାମୀ ଅଗ୍ରତେ ଦୋଷୀ ବୋଲି

ମିଥ୍ୟା ପ୍ରମାଣ ଦିଅନ୍ତି।


କି ବିଚିତ୍ର ବିବାଦ ଦେଖ

ବିଚାରି ବୁଝି ନପାରି,

ଭୁଲରେ ଯଦି କିଛି କହିଦିଏ

ନିଜ ସପକ୍ଷେ ଉଚ୍ଚାରି।


କଳହ ବଢ଼ିଣ ଗଡ଼େ ବାଟେଘାଟେ

ପଡ଼ୋଶୀ କରନ୍ତି ଟାପରା,

ଅର୍ଜିତ ସମ୍ମାନ ହାନି ଘଟେ

ଗୋଡ଼ ଟାଣନ୍ତି ଆପଣା।


ଛୋଟ କଥାଟିଏ ହୋଇଥିବ ପ୍ରକୃତରେ

ବଦନାମ ପର ଝିଅଟି,

ନାରୀ ହୁଏ ନାରୀର ଶତ୍ରୁ

ଆତ୍ମବଡ଼ିମାର ବଶବର୍ତ୍ତୀ ହୋଇ।


ଚିରକାଳ ଏହା ଚାଲି ଆସିଛି

ଶାଶୁ ପରେ ବୋହୂ

ଶହେ ପିଢ଼ିର ପରମ୍ପରା ପରି

ଏହି କଷଣ ସହୁଛି।


ଲଗାମ ଲାଗିବା ପାଇଁ ଯେବେ

ହୋଇବ ପ୍ରକୃତ ପ୍ରଚେଷ୍ଟା,

ସେବେ ଜାଣ ଛିଡ଼ିବ ଶୃଙ୍ଖଳ

ପାରିବାରିକ କଳହର ଅପଚେଷ୍ଟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍