ପାରିବାରିକ କଳହ
ପାରିବାରିକ କଳହ
1 min
427
ବୈକୁଣ୍ଠ ସମାନ ଘର ପରା ଆମ ।
ପରିବାର ଏକ ହୋଇ ।
ଚଳୁଥିଲେ ଦିନେ ସମାଜରେ ଆମେ ।
ଅନ୍ୟର ଆଦର୍ଶ ହୋଇ ।
କଳହ ଉପୁଜେ ଛୋଟିଆ କଥାରୁ ।
କଥା ହେଲେ କଟାକଟି।
କହିଦେଲେ କିଏ ଆନ ସହିଯାଏ ।
କଳିଗୋଳ ଯିବ ତୁଟି।।
ସହିବା ଲୋକଟି ବଡ ଏ ସମାଜେ ।
କହିବା ଲୋକଟି ନିମ୍ନ ।
ଏଇକଥା ମନେ ରଖିଥିଲେ ସିନା ।
ମିଳେ ନିଶ୍ଚେ ଉଚ୍ଚ ସ୍ଥାନ।।
କଳହ ଦେଖାଏ ମନ୍ଦ ବୁଦ୍ଧି ଯେତେ ।
ମନ୍ଦ କି ହୋଇବ ଭଲ ।
ମିଳିମିଶି ଚଳି ଦୁନିଆଁ ଆଗରେ ।
ନିଜ ମଥା ଉଚ୍ଚ କର ।।
