ପାର୍ବଣ ସ୍ମୃତି
ପାର୍ବଣ ସ୍ମୃତି
ମୋ ଆଖି ଆଗରେ ଆଜି ବି
ନାଚି ଉଠୁଛି ସେଦିନର କଥା
ସକାଳ ପ୍ରାୟ ଆଠ ଘଣ୍ଟା
ଶିବରାତ୍ରୀ ଦିନର ସେ ବ୍ୟଥା ॥
ପୁଅକୁ ମୋର ଏଗାର ମାସ
ଲଢୁଥିଲା ଚିକିତ୍ସାଳୟରେ
ନିମୋନିଆରେ ଆକ୍ରାନ୍ତ ହୋଇ
ଲୁହ ଆଣିଥିଲା ସବୁ ଆଖିରେ ॥
ନା ସେଦିନ ମନ୍ଦିର ଯାଇଛି
ନା ପ୍ରଭୂଙ୍କ ଦର୍ଶନ କରିପାରିଛି
କେବଳ ତାଙ୍କୁ ଦୂରରୁ ଧନ୍ୟବାଦ
ଆଉ କୃତଜ୍ଞତା କିନ୍ତୁ ଜଣାଇଛି ॥
ପ୍ରଭୂଙ୍କ ଇଚ୍ଛା ବିନା କିଏ ବାଟ
ଚାଲିଛି ନା ଆଗକୁ ଚାଲିପାରେ
ତାରି ଦୟାରେ ତାରି ଛୁଆଟା
ଭଲ ହୋଇ ମୋ ଘରକୁ ଫେରେ ॥
ମୋତେ ସାହାସ ଦେବାକୁ କେବଳ
ପାଖରେ ଥାନ୍ତି ପିଲା ବାବା ଓ ମାଉସୀ
ମୋ ଆଖିରେ ଲୁହ ଟିକେ ଶୁଖିଯାଉ
ଏଣୁ ଛୁଆକୁ ଦିଅନ୍ତି ପ୍ରାୟ ଆଉଁସି ॥
ଆଜି ବି ଶିବରାତ୍ରୀ ଆସିଲେ ଥରେ
ମୋର ଏଇ ମାଆର ହୃଦୟ
କୋଟି ଧନ୍ୟବାଦ ହେ ଇଶ୍ବର ତୁମକୁ
ତୁମ ଠାରେ ରହୁ ସଦା ଲୟ ॥
