STORYMIRROR

Bijoy Jena

Others

4  

Bijoy Jena

Others

ପାର୍ବଣ ଅନୁଚିନ୍ତା

ପାର୍ବଣ ଅନୁଚିନ୍ତା

1 min
662


କେଡେ ନିରିମଳ   ଦିଶଇ ଆକାଶ

    ଧରା ଦିଶେ ମନୋହର

ଉତ୍ତରାପବନ    ବହିଲାଣି ଧୀରେ

    କାଶତଣ୍ଡୀର ସମ୍ଭାର!

ପାରବଣ ଋତୁ   ଆସୁଛି ପାଖେଇ

     ମିଳଇ ଶୁଭ ସୂଚନା

ଦେବୀ ଦୁର୍ଗା ଏବେ  ପ୍ରକାଶ ଲଭିବେ

   କେତେ ପୂଜା ଅରଚନା!

ଜଗତ ଜନନୀ   ବିଶ୍ୱ ବିନୋଦିନୀ

    ମାଆ ଆମ ଦଶଭୁଜା

ଦୁର୍ଗତି ନାଶିବେ   ଧର୍ମ ସଂସ୍ଥାପିବେ

   ପାରବଣ ଶ୍ରେଷ୍ଠ ପୂଜା!

ମାଆଙ୍କ ନାମରେ  ହେ ମଣିଷ ଭାଇ

    ବଳି ଭୋଗ କର ତ୍ୟାଗ

ଟିକିଏ ମମତା    ଟିକିଏ ଶ୍ରଦ୍ଧାରେ

     ରଖ ସଦା ଅନୁରାଗ!

ମାଆଙ୍କ ପୂଜାରେ ମାଆଙ୍କ ନାମରେ

     ଦଙ୍ଗାରୁ ହୁଅ ନିବୁତ୍ତ

ଭାଇ ବନ୍ଧୁ ପ୍ରୀତି  ମମତା ଡୋରରେ

    ସମାଜକୁ କର ପ୍ରୀତ,।

ହସିବେ ଜନନୀ   ହସିବ ସମାଜ

     ଦୂରୀଭୂତ ହେବ ଭେଦ

ପାରବଣେ ଆଉ  କାହା ମନେ କିଛି

     ନ ଥିବ ସାମାନ୍ୟ ଖେଦ!

ଏଇ କଥା ପ୍ରତି   ବରଷ ବରଷ

    ରଖିବାରେ ଦେବା ଧ୍ୟାନ

ତେବେ ମାଆ ଦୁର୍ଗା  ଦୁର୍ଗତି ନାଶିନୀ

    ହୋଇବେ ବଡ଼ ପ୍ରସନ୍ନ!

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍