STORYMIRROR

Padmalaya Mishra

Others

2  

Padmalaya Mishra

Others

ପାପ କ'ଣ ?

ପାପ କ'ଣ ?

1 min
13.6K


ପାପ କ’ଣ ??

ପ୍ରାୟଶ୍ଚିତ କ’ଣ ପାଇଁ କରିବା

ଖୋଜେ ମନ ଏମିତି କିଛି ପ୍ରଶ୍ନର ଉତ୍ତର

ସୁଖ ହେଉ ଅବା ଦୁଃଖ

ବିଚଳିତ କରେ କାହିଁକି

ସମସ୍ତେ କୁହନ୍ତି ଭଗବାନ ଭଲ ଲୋକଙ୍କ ପରୀକ୍ଷା ନିଅନ୍ତି

ଦୁଃଖ ଉପରେ ଦୁଃଖ ଦିଅନ୍ତି

ତେବେ କ’ଣ ସବୁ ଦୁଃଖୀ ଭଲ ଲୋକ

ଆଉ ସୁଖୀ ମାନେ .... ??

ଆନ୍ଦୋଳିତ କରେ ମନ

ଚିପୁଡି ଦିଏ ହୃଦୟକୁ ।।

ସଠିକ ଓ ହୃଦୟସ୍ପର୍ଶୀ ଉତ୍ତର ଆଶାରେ

ବିତିଚାଲେ ଜୀବନ

ପ୍ରଶ୍ନର ପାହାଡ ଉପରେ ଛିଡ଼ା ହେଇ

ଅପେକ୍ଷାରତ ମୁଁ .........

.........ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍