STORYMIRROR

Tushar Kanta Prasad

Others

3  

Tushar Kanta Prasad

Others

ପାଞ୍ଚ ମନ ପଞ୍ଚକ

ପାଞ୍ଚ ମନ ପଞ୍ଚକ

1 min
288

କାମ, କ୍ରୋଧ, ଲୋଭ, ମୋହ କର ଜନେ ନାଶ।

ଦାନ, ଧର୍ମ, ଯଜ୍ଞ କାର୍ଯ୍ୟେ ମନ ଯେ ନିବେଶ।।


ଜୀବନ ଏ ନୁହଁ ନିଜ ସ୍ବାର୍ଥରେ କେବଳ।

ସେବା କାର୍ଯ୍ୟ ଠାରୁ ନାହିଁ ଧର୍ମ, ପୂଣ୍ୟ ଫଳ।।


ଏହି ଶିକ୍ଷା ଜନ ସମାଜକୁ ଦେବା ପାଇଁ।

କାର୍ତ୍ତିକ ମାସର ବ୍ରତ ଠାରୁ ବଳି ନାହିଁ।।


ମନୁଷ୍ୟର ମନୁଷ୍ଯତା ବିଲୁପ୍ତ ନହେଉ।

ଅହଙ୍କାର ହୃଦୟରୁ ଲୁପ୍ତ ହୋଇ ଯାଉ।।


ସୁପ୍ତ ମନେ ଅଛି ଯେଉଁ ଗୁପ୍ତ ଗଙ୍ଗା ଧାରା।

ପ୍ରବାହିତ ହେବା ପାଇଁ ବ୍ରତ ହିଁ ସାହାରା।।


ଜ୍ଞାନର ସୁରୁଜ ଯେବେ ମୁରୁଜ ବୁଣଇ।

ପାଞ୍ଚ ମନ ପଞ୍ଚକର ବ୍ରତ ଆଚରଇ।।


ହରି ଅର୍ଥ ହରିଦେଲେ ଜୀବନୁ ତମସା।

କୀର୍ତ୍ତି ବୋଲି ବୋଲାଇବ ଏ କାର୍ତ୍ତିକ ଓଷା।।


କର୍ତ୍ତବ୍ୟରେ ଅବହେଳା କରେ ଧର୍ମ ନାଶ।

କେଉଁ ଲାଭ କୁହ କଲେ ବ୍ରତ ବାରମାସ।।


ଧର୍ମ ଅରଜନେ ଯେବେ ଆଶା ରଖିଥାଅ।

ସେବା କାର୍ଯ୍ୟେ ନିଜ ମନ ପ୍ରଥମେ ଲଗାଅ।।


ଏ ଜୀବନ ଜ୍ଯୋତି ସେବା ଯଜ୍ଞ କାର୍ଯ୍ୟ ପାଇଁ।

ଏ ଜ୍ଯୋତିକୁ ହୃଦେ ପ୍ରଜ୍ବଳିତ କର ତୁହି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍