STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ପାନ୍ଥଶାଳା

ପାନ୍ଥଶାଳା

1 min
27.6K



କବି: ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର . ମଙ୍ଗଳାଯୋଡି. ଖୋର୍ଦ୍ଧା.


ପାନ୍ଥ ମୁଁ ଆଜି ପଥଶ୍ରାନ୍ତ ଏଠି ଖୋଜୁଅଛି ପାନ୍ଥଶାଳା

ଦୁଃର୍ଗମ ଏଇ ପଥପ୍ରାନ୍ତେ ମୁଁ ଏକା ଏକା ଦିଗହରା

ମଣିଷ ଗ‌ହଳେ ହଜିଗଲା ଭଳି ମନ ମୋ ଯାଉଛି ମରି

ଖୋଜି ଖୋଜି ନିଜେ ନିଖୋଜ ହେଲିଣି ଅନ୍ଧାର ଆସଇ ମାଡ଼ି ।।


ଆସ ଆସ ବୋଲି ଅଦୂରରୁ ଶୁଭେ ଏ କେଉଁ ମଧୁର ସ୍ବର

ଶବଦବାରି ମୋ ମନେ ପ୍ରତେହୁଏ ସତେକି କିଏ ନିଜର

କେବ କେବେ ଶୁଭେ ଏ ଯେଉଁ ଶବ୍ଦ କାଳଭୈରବ ରଡି

ସତେବା ଅଦିନେ କରାଳ ମୃତ୍ୟୁ ଡାକଇ କି ହାତଠାରି ।।


ବେସାହାରା ଏହି ନିର୍ଜନ ବେଳାରେ ହୃଦୟ ର ବ୍ୟଥା ଚାପି

ସ୍ବାର୍ଥ ସମାଜେ ନିଃସ୍ଵାର୍ଥପର କେ ଜଣେ ଦେଖୁନାହିଁ ଏଠି

କାହିଁ ଆହା ମୋର ଇପ୍ସିତ ସେଇ ସ୍ବପ୍ନ ର ପାନ୍ଥଶାଳା

ସରି ସରି ଆସେ ଦିବସ ଆକାଶେ ଫୁଟିଉଠିଲେଣି ତାରା ।।


ଅସୀମ ଅଟେ ମୋ ଯାତ୍ରାପଥ ମୁଁ ଯାତ୍ରୀ ଦୁନିଆଁ ହାଟେ

ଖୋଜେ ପାନ୍ଥଶାଳା ତୃଷିତ ନୟନେ ମୋର ଏଇ ଯିବା ବାଟେ

ଅସହ୍ୟ ବେଦନା ଭୋଗଇ ସିନା ମୁଁ ସାହା ଭରଷା ମୋ ନାହିଁ

କହ କହ ବନ୍ଧୁ କହ ସହୋଦର ସେ ପାନ୍ଥଶାଳା ମୋ କାହିଁ ।।


Rate this content
Log in