ପାନ୍ଥଶାଳା – ୭
ପାନ୍ଥଶାଳା – ୭
ଏବେ ଆଉ କେହି
ସ୍ବପ୍ନ ଦେଖି ପାରୁ ନହାନ୍ତି ଏ ଇଲକାରେ,
ଦେଖନ୍ତେ ବା’ କେମିତି?
ସୌଦାଗର ସବୁ ଆଗପରି ଆଉ ଆସୁନାହାନ୍ତି
ଏଠିକି ସ୍ବପ୍ନର ପୁଟୁଳି ମୁଣ୍ଡେଇ
ଦିନେ ସୁରା ସାକି ରେ ନିଲମ ହେଉଥିଲ ସ୍ବପ୍ନ ଏଠି
ବୀର୍ଯ୍ୟବନ୍ ଗରଖଙ୍କ ମେଳାରେ,
ଏବେ କିନ୍ତୁ ଲକ୍ଷ୍ମୀଛଡା ହେଲାପରି ଲାଗୁଛି
ସ୍ବପ୍ନର ଏ ବିପ୍ପଣୀ ପେଣ୍ଠ
ପୂର୍ବବତ୍ ଛିଡା ହୋଇ ରହିଛି ସାକ୍ଷୀ ବରଗଛ
ସବୁ ଦେଖିଛି ସିଏ ହଁ ନହିଁ ର ଖେଳ
କେବେ ଖେଳିଛି ମଧ୍ୟ
ଆତିଥ୍ୟ ଦେଇ କିଛି ଦୁର୍ବଳ ଆଗନ୍ତୁକଙ୍କୁ
ଏବେ କେବଳ ବଖାଣୁଛି
ନୀତି ଅନୀତିର ଅନେକ ମହତ ବାଣୀ
ଅକସ୍ମାତ୍ ଭେଟା ଭେଟି ହେଇଗଲେ କହା ସହ
ସ୍ବପ୍ନର ଏହି ପେଣ୍ଠକୁ ରଖି ନିଜ
ଆଙ୍ଗୁଠି ପଗରେ
ଆହା ସତେ ହତଶିରୀ ହେଇଗଲା
ସ୍ବପ୍ନର ଗନ୍ତାଘର