ପାନ୍ଥଶାଳା – ୬
ପାନ୍ଥଶାଳା – ୬
ତା’ ପାଖରେ ଆଉ କିଛି ନାହିଁ ଏବେ
ନିଆଁ ପାଣି ପବନ ଅବା ଛାଇ କି ଆଲୁଅର
ନିଆରା ଅନୁଭବ, କିଛି ନାହିଁ ।
ଅଛିତ କେବଳ
ତା’ର ମୁଣ୍ଡ ଉପରେ ଗୋଟେ ଧୂମାଳ ଆକାଶ,
ହାତ ପ୍ରସାରି ଦେଇ ଯିଏ ଅପେକ୍ଷା କରିଛି
ଟାଣି ନେବାକୁ କୋଳକୁ
ତା’ ପରିସର ଭିତରକୁ ଧସେଇ ପଶି ଆସୁଥିବା
ସବୁ ସିଆଣିଆ ମଣିଷ ମାନଙ୍କୁ ।
ତା’ ପାଖ ଦେଇ ଚାଲି ଯାଉଥିବା ବାଟୋଇଟି
ଶିହରି ଉଠେ ଛାଏଁ ଛାଏଁ ଏବେ
ଯେବେ ସେ ଦେଖିପାରେ ତା’ର ଆଁ ଭିତରେ
ନିକଟ ଅତୀତର ଇଥର ଥରା
ଏକ ବିଶ୍ବରୂପ ।
ସେ କଅଣ କମ ଏକ ଅନୁଭବ?
ବରଂ ଭୁଷୁଡି ଯାଉ ଏ ଦରଭଙ୍ଗା ଇମାରତ
ଆଉ କେହି ରାସ୍ତା କଡରେ ଠିଆହୋଇ
ଭୟଭୀତ ହେବେନି
ଥକ୍କା ମେଣ୍ଟେଇବାର ଇଚ୍ଛା ଜାହିର୍ କରି ।
