STORYMIRROR

Santosh Kumar Misra

Others

2  

Santosh Kumar Misra

Others

ପାନ୍ଥଶାଳା – ୪

ପାନ୍ଥଶାଳା – ୪

1 min
113


ବହଳ ଅନ୍ଧାରର ବେଢଣ ଭିତରେ

ଉଙ୍କି ମାର୍ଛି ବିଚରା

ପନ୍ଥଶାଳା !


ଏଯାବତ୍‌

ସାଲିସ ମନରେ ସେ ଦେଖି ପାରୁନି

ତା’ର ଏବର ସ୍ଥିତିକୁ

ସବୁ ବୁଝି ବି ଖୁବ୍‌ ଅବୁଝା ସେ,

କର୍ପୂର ଯେଣୁ ଉଡି ସାରିଛି ଅନେକ ଦିନରୁ

ଏବେ ତ ଖାଲି ଚିରା ଫଟା କନାର ବିଣ୍ଡା କେତୋଟି

ଯାହା ରହିଛି ତା’ ହାତ ମୁଠାରେ ।


ଛାଇ ଲେଉଟିଲେ

ପ୍ରବେଶ ପଥର ପୁରୁଣା କଲଭର୍ଟ ଉପରେ

ଯେବେ ବଗୁଲିଆ ଚରିତ୍ରମାନଙ୍କର

ଆସର ଜମି ଉଠେ

କ୍ଷଣକ ପାଇଁ ଉନ୍ମତ୍ତ ହୁଏ ସେ ଆଘ୍ରାଣ କରିବାକୁ

ତା’ ପୁରୁଣା ମସଗୁଲ୍‌ ମୁହୂର୍ତ୍ତ ମାନଙ୍କୁ

ନିର୍ମାଲ୍ୟ ସଦୃଶ ।


ତା ପରିସର ଭିତରେ

ଅଣ ଦେଖା ହୋଇ ରହି ଯାଇଥିବା

କିଛି ବଡ ବଡ ଗଛର ଦରପୋଡା ଗଣ୍ଡି

ଯୋଡ ହସ୍ତରେ ଏବେ

ସତେ ଯେମିତି ପ୍ରର୍ଥନା କରୁଛନ୍ତି

ଅଦୁରରୁ ତା’କୁ ଟେରେଇ ଚାହୁଁଥିବା

ସବୁ ବାଟୋଇଙ୍କୁ

ଆସ ହତରେ ହାତ ଥାପି ଦିଅ

ପୁନର୍ଜୀବିତ କରିଦିଅ ପାନ୍ଥଶାଳାର

ଏ ଏକାନ୍ତ ପରିବେଶକୁ

ପୁଣି ପୂର୍ବବତ୍‌ ପ୍ରସ୍ତୁତ ହେଇଯାଉ

ଆଶ୍ରୟସ୍ଥଳୀ ଟି ଅତିଥି ଅଭ୍ୟାଗତଙ୍କ ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍