STORYMIRROR

ବଳରାମ ବାରିକ

Others

3  

ବଳରାମ ବାରିକ

Others

ପାନ

ପାନ

1 min
14.5K


ସବୁଜ ଚିକ୍କଣ ପତ୍ର ତାହାରି।

ଦେଖିବାକୁ ସେ "ଦିଲ୍"ଟା ପରି।

ଔଷଧୀୟ ଗୁଣ ରହିଛି ଭରି।

ମାଳୟ ଦେଶେ ଯେ ଜନ୍ମ ତାହାରି ।

ହିଞ୍ଜିଳିକାଟୁ ଯେ ତାର ଅନ୍ତୁରି।

କେତକୀ ଖଇର, ଯାଇ ଫଳ ଘୋରି।

ବଡ଼ ଫାଳ ଗୁଆ ,ଲବଙ୍ଗ ,ଅଳେଇଚ ବାସନା ଭାରି।

ପାନର ମହିମା କହୁଛି ବିସ୍ତାରି।

ପାନ ଅଟେ ମହୋଷଧି

ଦୁରକରେ ରୋଗ ବ୍ୟାଧି।

ଥଣ୍ଡା ,କାସ ,ଅତିସାର, ହେଲେ ପୁଣି ଯକ୍ଷ୍ମା ଆଦି।

ପାନ ରସ ସର୍ବସୋଧି ଜାଣ ଏହି ମହାବିଧି।

କାଛୁ,କୁଣ୍ଡିଆ, ରମ୍ପା ,ଯାଦୁ ରେ ସେ ଅଟେ ଉପକାରୀ।

କାନ ପୂଜ ,କଣ ନଖାରେ ସେ ଦିଏ ଉପଶମ ଭାରୀ।

ଘା ,ବଥ ,ଗର୍ଭ ରୋଧ ଆଉ ଭାତୁଡି।

ଚକ୍ଷୁ ରୋଗ ,ସର୍ପ ବିଷ ,ଦିଏ କାଢି।

ଉଙ୍କୁଣୀ ମୁଣ୍ଡିଆର ଉଙ୍କୁଣୀ ଦିଏ ଝାଡ଼ି।

ପାନ ଆମ ପରମ୍ପରା ପାନ ଆମ ସଂସ୍କୃତି।

ଓଷା- ବ୍ରତ ,ଯଜ୍ଞ ,ହୋମ ,ପିଣ୍ଡ ସବୁଠାରେ ଆଦୃତି।

ପାନ ଗୁଆ ବୋଇତେ ରଖି ଓଡ଼ିଆ ବୀର କରେ ଉନ୍ନତି।

ସେ ବୋହି ଆଣେ ସମ୍ପତ୍ତି।

ବନ୍ଧୁ ଆଗମନେ କରୁ ପାନ ଦେଇ ପୀରତି।

ପାନ ଖାଇ ଓଡିଆଣୀ ଓଠ ନାଲି କରନ୍ତି।

କାଳିଆ ରସିକ ଖାଏ ବିଡିଆ ପାନ ବସି ନୀତି।

ଷାଠିଏ ପଉଟି ପରେ ପାନ ଗଜମୋତି।

ଲକ୍ଷ୍ମୀ ମାତା ଭାଙ୍ଗିନ୍ତି ଢ଼ାଳି କେତେ ଭକତି।

ଧନ୍ୟ ମୋ ଓଡ଼ିଆ ଜାତି ,ଧନ୍ୟ ପାନ କୀରତି।

ପାନ ର ଆଦର ଗଲା କମିଲା ଯେବେ ମାର୍କେଟେ ମିଳିଲା ଗୁଟୁଖା।

ସଜ ଛାଡ଼ି ବାସି ଖାଉ ମୁଁହ କରୁ ଫୁଟୁକ।।

କଥା ପୁଣି ସତଟା ,ଚାଲ ଖାଇବା ପାନ ଗୋଟେ ଦିଟା।

✍ବଳରାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍