ପାଳଭୂତ
ପାଳଭୂତ
ଘରଟି ମୋହରି କ୍ଷେତର ମଝିରେ
ନାମଟି ମୋ ପାଳଭୂତ
ଜଗି ଥାଏ ମୁହିଁ ଦିବସ ରଜନୀ
ଚଷା ପୁଅ ଧାନ କ୍ଷେତ ।
ପୋଷାକ ମୋହରି ଚିରା ଫଟା ଜାମା
ମୁଣ୍ତଟା ମୋ ମାଟି ହାଣ୍ତି
ନଖାଇ ନପିଇ ଜଗି ରହିଥାଏ
ମୁହିଁରେ ବାନ୍ଧି ଯେ ତୁଣ୍ତି ।
ଶରୀର ମୋ ଗଢା ନଡା ପାଳରେ ଯେ
ଗୋଡ ମୋ ଭାକୁଡା ଖୁଣ୍ଟି
ବେକ ମୂଳଟାକୁ ବାନ୍ଧିଯେ ଦିଅନ୍ତି
ବାଉଁଶରେ ମାରି ଗଣ୍ଠି ।
ଚୁନ ଛିଟାକରି ଆଙ୍କି ଦେଇଥାନ୍ତି
ଆଖି କାନ ନିଶ ମୋର
ଭଙ୍ଗା ତଲାରିଟେ ମୁଣ୍ତରେ ମୋ ଟୋପି
ବନେଇଛି କାରିଗର।
ଷଣ୍ଡ ସାଥେ ଭାବ ଭଲ ଯେ ମୋହର
ଦେଖି ଯାଉଥାଏ ଡରି
ଖରା ବର୍ଷା ଶୀତ କାକରକୁ ସହି
ରହିଥାଏ ଠେଙ୍ଗା ଧରି।
