STORYMIRROR

jagabandhu sahu

Others

3  

jagabandhu sahu

Others

ପାଳଭୂତ

ପାଳଭୂତ

1 min
383

ଘରଟି ମୋହରି କ୍ଷେତର ମଝିରେ 

    ନାମଟି ମୋ ପାଳଭୂତ

ଜଗି ଥାଏ ମୁହିଁ    ଦିବସ ରଜନୀ

     ଚଷା ପୁଅ ଧାନ କ୍ଷେତ ।


ପୋଷାକ ମୋହରି ଚିରା ଫଟା ଜାମା

    ମୁଣ୍ତଟା ମୋ ମାଟି ହାଣ୍ତି

ନଖାଇ ନପିଇ  ଜଗି ରହିଥାଏ 

   ମୁହିଁରେ ବାନ୍ଧି ଯେ ତୁଣ୍ତି ।


ଶରୀର ମୋ ଗଢା ନଡା ପାଳରେ ଯେ

    ଗୋଡ ମୋ ଭାକୁଡା ଖୁଣ୍ଟି

ବେକ ମୂଳଟାକୁ  ବାନ୍ଧିଯେ ଦିଅନ୍ତି

     ବାଉଁଶରେ ମାରି ଗଣ୍ଠି ।


ଚୁନ ଛିଟାକରି ଆଙ୍କି ଦେଇଥାନ୍ତି

    ଆଖି କାନ ନିଶ ମୋର

ଭଙ୍ଗା ତଲାରିଟେ ମୁଣ୍ତରେ ମୋ ଟୋପି

    ବନେଇଛି କାରିଗର।


ଷଣ୍ଡ ସାଥେ ଭାବ ଭଲ ଯେ ମୋହର

     ଦେଖି ଯାଉଥାଏ ଡରି

ଖରା ବର୍ଷା ଶୀତ  କାକରକୁ ସହି

    ରହିଥାଏ ଠେଙ୍ଗା ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ