ପାଇଲିଣି ମୁ ବହୁ ପ୍ରତାରଣା
ପାଇଲିଣି ମୁ ବହୁ ପ୍ରତାରଣା
ଦିଲ୍ ରୁବା ମୋର …
ଅଛୁ…
କେଉଁଠି ତୁ …
କେଉଁଠି ପ୍ରେମ ତୋର …
ନକରି ଆଉ ଡେରି …
ଆନା ଜଲଦି ଜୀବନରେ ମୋରି …
ପ୍ରିୟା ତୋ ବିନା ..ତୋ ବିନା
ତତେ ଖୋଜି …ପାଇଲିଣି…
ମୁ ବହୁ ପ୍ରତାରଣା ।।
ଶୁଣନା ମାନସୀ ମୋ ମନର …
କହନା କରିବୁ କେବେ ମନକୁ ନିଜର
ଓଠ ତୋ ଗୋଲାପି …ଭାବି
ଭାବି ଚେହେରା ତୋ ସରଗ ଶଶୀ …
ପଡିଲି ମୁ ପ୍ରେମେ ….
ଥିଲେ ଯେତେ ତୋ ପରି ସୁନ୍ଦର ପ୍ରିୟେ
ପ୍ରିୟା ତୋ ବିନା ..ତୋ ବିନା …
ତତେ ଖୋଜି ଖୋଜି ….ପାଇଲିଣି
ମୁ ବହୁ ପ୍ରତାରଣା ...।।
ସରଗର ପାରିଜାତ ...ସାଥୀ ଭାବି ତୋ ହସ …
ଭାବି ତୋ ସ୍ବର ମଧୁର …
ଭାବି ତତେ ଭଲ ବନ୍ଧୁ ଟିଏ ମୋର …
ପଡିଲି ମୁ ପ୍ରେମେ …
ଦେଖି ତୋ ପରି ଜଣେ …
ପ୍ରିୟା ତୋ ବିନା ତୋ ବିନା
ତତେ ଖୋଜି ଖୋଜି ...ପାଇଲିଣି
ମୁ ବହୁ ପ୍ରତାରଣା ।।
ଭୁଲି ମୁ ଯାଇଥିଲି …
ତୋର ଗୋଟେ ହୃଦୟ ଅଛି ବୋଲି …
ସେ ହୃଦୟ ପାଗେଳି ମୋ ପାଇଁ …
ଲେଖେ କବିତା ...ମୋ ଭାବନାକୁ ନେଇ …
ମୋ ବିନା କେବେ ପାରେନା ସେ ଜିଇଁ….
ଦୂରେଇ ଯାଇପାରେ ...କେବଳ ମୋ ପାଇଁ …
ପ୍ରିୟା ତୋ ବିନା ତୋ ବିନା
ତତେ ଖୋଜି ଖୋଜି ...ପାଇଲିଣି
ମୁ ବହୁ ପ୍ରତାରଣା ।।
ନୁହେଁ ତୋ ଓଠ ଗୋଲାପି …
ନୁହେଁ ଚେହେରା ତୋ ସରଗ ଶଶୀ …
ସେ ଓଠ ସେ ଚେହେରା କେବଳ ମୋ ପାଇଁ କି ..
ନୁହେଁ ସରଗର ପାରିଜାତ ...ପ୍ରିୟା ହସ ତୋର …
ହସେ ସେ ଓଠ ..କେବଳ ମୋ ପାଇଁ କି …
ତା ଜୀବନ ମୋ ସପନ …
ମୋ ସପନ ତା ଜୀବନ …
ଜୀଇଁଛି ସେ ମୋ ପାଇଁ କି
ପ୍ରିୟା ତୋ ବିନା ତୋ ବିନା
ତତେ ଖୋଜି ଖୋଜି ...ପାଇଲିଣି
ମୁ ବହୁ ପ୍ରତାରଣା ।।
