STORYMIRROR

Prasanta kumar Hota

Others

4  

Prasanta kumar Hota

Others

ପାହାଡ

ପାହାଡ

1 min
267


କେତେ ଯୁଗ ଧରି ଦଣ୍ଡାୟ ପାହାଡ

କେତେ ଦମ୍ଭ କେତେ ଦୃଢ

ଚାରିପଟେ ତାର ସବୁଜ ବନାନୀ 

ଆଶ୍ରୟର କେତେ ଗାଢ। 


କୋଉଠି ସେ ଠିଆ ସ୍ମୃତି ସ୍ତମ୍ଭ ପରି

କେଉଁଠି ହେବାକୁ ବନ୍ଧ

କୋଉଠି ସେ ପୁଣି ଟାଙ୍ଗରା ମୁଣ୍ଡିଆ 

ରୂପ ରସ ହୀନ ଛନ୍ଦ ।


ସହର ପାହାଡ ଭାଙ୍ଗି ହଜି ଯାଏ

ସହର ସୌନ୍ଦର୍ଯ୍ୟ ପାଇଁ 

ଗାଁଆର ପାହାଡ ଠିଆ ହୋଇ ରହେ

ପ୍ରକୃତି ସମ୍ଭାର ନେଇ


ଏଇ ପାହାଡରେ ଗଛ ଉହାଡରେ 

କେତେ ଚିତ୍ର ଉତ୍ତୋଳନ 

କେତେ ଇତିହାସ ଲୁଚିଛି ଏ ମଧ୍ୟେ

ପ୍ରେମ ସୁଧା ମଧୁ ପାନ


କେଉଁଠି ପାହାଡ ରାଇଜର ଗଡ

ଦୂର୍ଗ ହୋଇ ପୁଣି ଠିଆ 

କେଉଁଠି ଶିଖର ଦେବତା ମନ୍ଦିର 

ନବ ପଲ୍ଲବରେ ଛୁଆଁ। 


ସୂରୁଯ ଉଇଁଲେ ଦିଗବଳୟରେ

ଦୂର ପାହାଡକୁ ଦେଖେ

ସିନ୍ଦୁର ସମାନ ମଥାର ତା ଶୋଭା 

ନୂଆ ବୋହୂ ପରି ଦିଶେ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍