STORYMIRROR

Bharatabandhu Biswal

Others

3  

Bharatabandhu Biswal

Others

ପାହାଡ

ପାହାଡ

1 min
223


ଫାଟି ପଡୁଅଛି ପଥରର ଛାତି

ବକ୍ଷରେ ଜଳୁଛି ନିଆଁ

ଲାଜରେ ତା ମୁଣ୍ଡ ପଡୁଅଛି ନଇଁ

ପାହାଡ଼ ତାହାର ନାଆଁ ।


ଜଟାଜୁଟ ମଣ୍ଡି ସେ ଗୃହୀ ସନ୍ୟାସୀ

ସିଦ୍ଧ ଭଗବାନ ଶିବ

ବାରୁଦ ଶବଦେ ପ୍ରକମ୍ପେ ତା ହୃଦ

ଏବେ ଯୋଗ ଧ୍ୟାନ ଭଗ୍ନ ।


ବିଷ୍ଣୁ ପଦ କୋଣୁ ଗଙ୍ଗାଧାର ନୀର

ନିର୍ଝରେ ଯାର ମସ୍ତକୁ

ଚନ୍ଦ୍ର ଆଉ ସୂର୍ଯ୍ୟ ବିଜେ ମହାକାଳ

ପ୍ରଣାମ ସେ ଭୂଧରଙ୍କୁ ।


ସାଇତା ସେ ବକ୍ଷେ ସୁଖ ଶାନ୍ତି ମୂଳ

ଅପାର ରତ୍ନ ସମ୍ପଦ

ସେ ମହାଦାନୀ ପୁଣ୍ୟ ତପୋଧନ

ଏଣୁ ପରମ ଆରାଧ୍ୟ ।


ମଙ୍ଗଳ ମୂରତି ପାହାଡ଼ ପର୍ବତ

ସୁରକ୍ଷା ଶ୍ରେଷ୍ଠ ଧରମ

ବଳେ ଅବିଚାରେ କ୍ଷୟ କଲେ ତାର

ପ୍ରାଣ ହୋଇବ ବିପନ୍ନ ।




Rate this content
Log in