STORYMIRROR

rasmi maye pati

Others

3  

rasmi maye pati

Others

ପାଦ

ପାଦ

1 min
258


ନାହିଁ ସିନା ପାଦ ତାର 

    ତଥାପି ଶ୍ରୀପା ଦ

  ଶ୍ରୀପଦ ବହିଚି ବୋଲି 

      ଜଗତେ ପ୍ରସିଦ୍ଧ ।

ନାହିଁ ତାର ପାଦ

   କିନ୍ତୁ ଚରଣ ପଙ୍କଜ

ଲକ୍ଷ ଭ୍ରମର ଙ୍କ ପ୍ରିୟ

  ତାର ମକରନ୍ଦ।

ନାହିଁ ତାର ପାଦ ସିନା।  

  ସବୁ ଲୟ ସେଠି

ସେ ପାଦ ରେ ଲୟ ଯାର

  ହେବ ପାପ ମୁକ୍ତି।

ଯାର ପାଦ ସ୍ପର୍ଶ ପାଇଁ

  ବ୍ରହ୍ମା ଇନ୍ଦ୍ର ଶିବ

ଯୁଗ ଯୁଗ ରୁ ପ୍ରତୀକ୍ଷା 

  ଉତ୍କଣ୍ଠା ସହିତ।

ଯାର ପାଦ ଧୌତ ପାଇଁ

  ପଦ୍ମାଳୟା ମାତ

ଲେପନ୍ତି ଚରଣ ଧୂଳି

  ଆପଦ ମସ୍ତକ।

ଯେ ପାଦ ଶରଣ ପାଇଁ

  ଭକତ ଙ୍କ ଭିଡ଼

ଉଡ଼େ ଶରଣ ରକ୍ଷଣ

 ବାନା ଫର ଫର।

ଯେ ପାଦ ରୁ ଝରେ 

  ଖାଲି ଅମୃତ ର ଝର

ତାକୁ ପାନ କରିବାକୁ 

  ଜଗତ ପାଗଳ।

ଯେଉଁ ପାଦ ଦିନେ ବଳି

  ପା ତା ଳେ ଚାପିଲା 

ଯେଉଁ ପାଦ ତଳୁ ଦିନେ

  ଗଙ୍ଗା ଝରି ଥିଲା।

ସେହି ପାଦ ତକେ ଢା ଳ

  କୋଟି ପ୍ରଣିପାତ

ଜୀବନ ହୋଇବ ଧନ୍ୟ।  

  ହେବ ପାପ ମୁକ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍